Advertisment

ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା : ଏଯାଏଁ ଡଙ୍ଗା କିଣୁନାହାନ୍ତି ବେପାରୀ, ଆଶା ଆଶଙ୍କାରେ କାରିଗର

ଡଙ୍ଗା କାରିଗର ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ।

author-image
Prangyan Parimita
ଅଦ୍ୟତନ ହୋଇଛି
Boat Makers

Boat Makers

ସାଲେପୁର(ମନୋଜ ଆଚାର୍ଯ୍ୟ) : ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆ ବଣିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ ହେବ ପବିତ୍ର ଡ଼ଙ୍ଗା ଭସା ପର୍ବ। ଏଥିପାଇଁ ଦଙ୍ଗା ତିଆରିରେ ଲାଗି ପଡିଲେଣି କାରିଗର । ଦୁଇବର୍ଷ ଧରି କରୋନା କଟକଣା ପାଇଁ ଡ଼ଙ୍ଗାଭସା ପର୍ବ ସମ୍ପୂର୍ଣ୍ଣ ଫିକା ପଡିଥିଲା। କାରିଗର ମାନଙ୍କ ଡଙ୍ଗା ବିକ୍ରି ନହେବାରୁ ସେମନେ ବହୁ କ୍ଷତି ସହିଥିଲେ । ହେଲେ ପୁରୁଣା ବର୍ଷ କଥା ଭୁଲି ଏ ବର୍ଷ ପୁଣି ସେମାନେ ଆଶା ବାନ୍ଧିଛନ୍ତି । ଡଙ୍ଗା ବିକ୍ରି କରି ଦୁଇ ପଇସା ରୋଜଗାର କରିବେ । ହେଲେ ବର୍ତ୍ତମାନ ଆଶା ଓ ଆଶଙ୍କାରେ ଉଭୟ ଡଙ୍ଗା କାରିଗର, ବେପାରୀ ଓ ଗ୍ରାହକ ।

Advertisment

କଟକ ଜିଲ୍ଲା ସାଲେପୁର ନିକଟ ଚନ୍ଦ୍ରାଦେଇପୁର ଗାଁ । ଆଉ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏଠାରେ ଚାଲିଛି ଡ଼ଙ୍ଗା ତିଆରି କାମ। ସୋଲ କଟାଯାଇ ସେଥିରେ ବିଭିନ୍ନ ରକମର ରଙ୍ଗରେ ଚିତ୍ର ବିଚିତ୍ର କରାଯାଉଛି । ଅଠା ଦିଆଯାଇ ସେ ସବୁକୁ ଯୋଡ଼ାଯାଉଛି । ଏହି ଗାଁରେ ରୁହନ୍ତି ଅନେକ ଡ଼ଙ୍ଗା କାରିଗର । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏମାନେ ବିଭିନ୍ନ ପ୍ରକାରର ଡ଼ଙ୍ଗା ତିଆରି କରନ୍ତି । ଡ଼ଙ୍ଗା କାମରେ ଦିନ ରାତି ଲାଗିପଡ଼ନ୍ତି ସମସ୍ତେ । ଘରର ମହିଳା ମାନଙ୍କ ଠାରୁ ଆରମ୍ଭ କରି ପୁରୁଷମାନେ ସମସ୍ତେ ଲାଗିଥାନ୍ତି ଡଙ୍ଗା ତିଆରି କାମରେ ।

ବିଗତ ଦୁଇବର୍ଷ ହେଲାଣି କରୋନା କଟକଣା ହେତୁ ଡ଼ଙ୍ଗା ବିକ୍ରି ହୋଇପାରି ନଥିଲା । ଫଳରେ ବହୁ ଡଙ୍ଗା ବଳିପଡିବା ସହ ଲାଭ ଟିକକର ଆଶା ମଧ୍ୟ ଭାସିଯାଇଥିଲା ପାଣିରେ । ହେଲେ ଏ ବର୍ଷ ଯଦିଓ ପୂର୍ବ ବର୍ଷ ତୁଳନାରେ କଟକଣା ଟିକିଏ କୋହଳ ରହିଛି, ତଥାପି ଆଶଙ୍କାରେ ଏଯାଏଁ କେହି ବେପାରୀ ସେମାନଙ୍କ ଠାରୁ ଡଙ୍ଗା କିଣୁନାହାନ୍ତି ବୋଲି କହିଛନ୍ତି କାରିଗର ।

Advertisment

ଏପରିସ୍ଥଳେ ସରକାର ସହଯୋଗ କଲେ ଡ଼ଙ୍ଗା ଭସା ପର୍ବ ହେବା ସହ ସେମାନେ ଭଲ ଦୁଇପାଇସା ରୋଜଗାର କରିପରନ୍ତେ ବୋଲି କହିଛନ୍ତି। ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ଦେଉଥିବା ଏହି ସମୃଦ୍ଧ ପର୍ବଟିରେ ଡଙ୍ଗା ଭାସିଲେହିଁ କରିଗରମାନଙ୍କର ଏହି କୂଳବେଉସା ବଂଚି ରହିବ।

Boat Makers
Advertisment
Advertisment