ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ! ହେଲେ ସାଧାରଣ ଲୋକଙ୍କୁ ମିଳୁନି ପାସ୍‌

ଆଜିଠାରୁ ଅର୍ଥାତ ଏପ୍ରିଲ୍‌ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି ।

LOKA SEVAK

ଖୋଲିଲା ଲୋକସେବା ଭବନ । ଦୁଇ ବର୍ଷ ପରେ ସାଧାରଣ ଲୋକ ଓ ସ୍ୱୀକୃତି ପ୍ରାପ୍ତ ସମ୍ବାଦିକ ମାନଙ୍କ ପାଇଁ ଖୋଲିଛି ଲୋକସେବା ଭବନ । କୋଭିଡ ପାଇଁ ଦୁଇ ବର୍ଷ ହେବ ବନ୍ଦ ରହିଥିଲା ଲୋକସେବା ଭବନ । ଆଜି ରିସେପ୍‌ସନ କାଉଣ୍ଟରରେ ଭିଡ଼ ଦେଖିବାକୁ ମିଳିଥିଲା । ପାସ ନେବା ଲାଗି ଅନୁମତି ପତ୍ର ନେବାକୁ ଲମ୍ବା ଲାଇନ ଲାଗାଇଛନ୍ତି ଲୋକ । ହେଲେ ପାସ ଇସୁ କରିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି ।

ଆଜିଠାରୁ ଅର୍ଥାତ ଏପ୍ରିଲ୍‌ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି । କୋଭିଡ୍‌ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।

ତେବେ ସବୁଠି କୋଭିଡ୍‌ କଟକଣା ଉଠିଯାଇଥିଲେ ମଧ୍ୟ ଲୋକସେବା ଭବନରେ ସାମ୍ବାଦିକଙ୍କ ପାଇଁ କଟକଣା ଜାରି ରହିଥିଲା । ଏବେ ସରକାର ଏହି କଟକଣା ଉଠାଇ ନେଇଛନ୍ତି । ଏକ ବିଜ୍ଞପ୍ତି ଜାରି କରି ସରକାର କହିଥିଲେ ଯେ, ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ରହିଛି । ସାଧାରଣ ଲୋକ ଅନଲାଇନ୍‌ ମାଧ୍ୟମରେ ପାସ୍‌ ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଥିଲା । ପାସ୍‌ ମିଳିବା ପରେ ସେମାନେ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ । କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନରେ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିବ ।

ସାଧାରଣ ଲୋକେ ଅନ୍‌ଲାଇନ୍‌ ମାଧ୍ୟମରେ ଏହି ୱେବ୍‌ସାଇଟ୍‌ ଜରିଆରେ http://epravesh.odisha.gov.in/ ଲୋକସେବା ଭବନରେ ପ୍ରବେଶ ପାଇଁ ଅନୁମତି ପାଇପାରିବେ ।