• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖବର ସଂଗ୍ରହ କରିବାକୁ ଯାଇ ପ୍ରାଣ ହରାଇଲେ ସାମ୍ବାଦିକ । ମାଓବାଦୀ ଖଞ୍ଜିଥିବା ଲାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଭଳି ଆଜି ଏକ ହୃଦୟ ବିଦରକ ଘଟଣା ଆସିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । କର୍ଲାଖୁଣ୍ଟା ବ୍ରିଜ୍ ପାଖରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ ।

ଏସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିଲେ ଦୈନିକ ଖବର କାଗଜ ଧରିତ୍ରୀର ସ୍ଥାନୀୟ ପ୍ରତିନିଧି ରୋହିତ ବିଶ୍ୱାଳ । ମାଓବାଦୀ ଲଗାଇଥିବା ପୋଷ୍ଟର ପାଖରେ ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ହିଁ ରୋହିତଙ୍କ ପ୍ରାଣ ଚାଲି ଯାଇଥିଲା । ଘଟଣାସ୍ଥଳରେ ସିଆରପିଏଫ୍ ଓ ପୋଲିସ୍ ପହଞ୍ଚି କରୁଛି ତଦନ୍ତ ।

ସୂଚନାଯୋଗ୍ୟ ମାଓବାଦୀ ମାନେ ଆଜି ସେହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ଦାବି କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ କରିଥିଲେ । ଏହି ପୋଷ୍ଟର ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି । ତେବେ ମାଓବାଦୀ ତାଙ୍କର ସ୍ଥିତି ଜାହିର ରଖିଥିବା ଏଥିରୁ ସ୍ପଷ୍ଟ ଜଣାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now