Advertisment

ପାଖରେ ଚିରସ୍ରୋତା ନଦୀ, ହେଲେ ପାଣି ଟୋପାଏ ସ୍ୱପ୍ନ

ବାଡ଼ ଯଦି ଫସଲ ଖାଇବ ଲୋକେ କହିବେ କାହାକୁ?

ଅଦ୍ୟତନ ହୋଇଛି
Drinking Water Crisis

Special story

Advertisment

ଦୀପ ତଳ ଅନ୍ଧାର ଭଳି ପାଖରେ ମହାନଦୀ ଥାଇ ପାଣି ପାଉନାହାନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରବାସୀ । ଶୋଷ ମେଣ୍ଟାଇ ପାରୁନି ପିଏଚଡି ବିଭାଗ । ସହରାଞ୍ଚଳ ଲୋକଙ୍କ ପାଣି ସମସ୍ୟା ଦୂର ପାଇଁ ସରକାରଙ୍କର ଆମ ସହର ଆମ ଉନ୍ନତି ଯୋଜନା ପ୍ରକଳ୍ପ ଅଛି, ହେଲେ ଲୋକେ ଠିକ୍ ସମୟରେ ପାଣି ପାଉନାହାନ୍ତି । ବିଜୁଳି କଟିଲେ ଡିଜେଲ୍ ଜେନେରେଟର ଲଗାଇ ଲୋକଙ୍କୁ ପାଣି ଯୋଗାଣ କରିବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ବିନିକା ପିଏଚଡି ଜେଇ ଜେନେରେଟର ଆଦୌ ଲଗାଉନାହାନ୍ତି । ଅଥଚ କାଗଜ କଲମରେ ଶହ ଶହ ଡିଜେଲ୍ ଲିଟର ପକାଯାଉଥିବା ଦର୍ଶାଇ ସରକାରୀ ଅର୍ଥ ଶ୍ରାଦ୍ଧ କରୁଛନ୍ତି ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରବାସୀଙ୍କ ପାଇଁ ୨୦୧୯ରେ ସରକାର ୯ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବେ ପାଇପ୍ ଲାଇନ୍ ବିଛେଇଥିଲେ । ଏହି ପ୍ରକଳ୍ପକୁ ବିଧାୟକ ପଦ୍ମନାଭ ବେହେରା ଓ ତତ୍କାଳୀନ ସୁବର୍ଣ୍ଣପୁର ଜିଲ୍ଲାପାଳ ଉଦଘାଟନ କରିଥିଲେ । ହେଲେ ଦୂର ହେଉନି ପାଣି ସମସ୍ୟା । ମନଇଚ୍ଛା ଆସୁଛି ପିଏଚଡି ପାଣି ଦିନରେ ଅଧିକାଂଶ ସମୟରେ ପାଣି ବନ୍ଦ ବାରମ୍ବାର ବିଦ୍ୟୁତ୍ କଟୁଥିବାରୁ ଲୋକେ ପାଣି ଠିକରେ ପାଇପାରୁନାହାନ୍ତି ।

ବିଦ୍ୟୁତ୍ କଟିଲେ ସହରବାସୀ ଯେମିତି ପାଣି ପାଇବେ, ସେଥିପାଇଁ ରହିଛି ୧୨୫ କେଭିର ୩ଟି ଡିଜି ଜେନେରେଟର । କିନ୍ତୁ ଥାଇ ନଥିଲା ଭଳିଆ । ଜେନେରେଟର ଚାଲୁନି, ହେଲେ କାଗଜ କଲମରେ ଲକ୍ଷ ଲକ୍ଷ ଟଙ୍କା ବିଲ୍ ହେଉଛି । ଅର୍ଥାତ୍ ଜେନେରେଟର ଜମାରୁ ଚାଲୁନଥିଲେ ବି ସେଥିରେ ଶହ ଶହ ଲିଟର ଡିଜେଲ୍ ଭରାଯାଉଛି ।

Advertisment

କରେଣ୍ଟ ଥିଲେ ପାଇପରେ ପାଣି ଆସୁଛି, କରେଣ୍ଟ କଟିଲେ ପାଣି ଆସୁନି । ଡିଜେଲ୍ ଜେନେରେଟର ଥାଇ ମଧ୍ୟ ଲଗାଯାଉନି । ଫଳରେ ଗୋଟେ ପଟେ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଥିବା ବେଳେ ଖୋଦ୍ ପିଏଚଡି ବିଭାଗର କନିଷ୍ଠ ଯନ୍ତ୍ରୀ ଏ ବାବଦରେ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ସରକାରୀ ଟଙ୍କା ସ୍ୱାହା କରୁଛନ୍ତି, ଯାହାକୁ ନେଇ କିଛି ଦିନ ତଳେ ଅନେକ ମହିଳା ଏକାଠି ହୋଇ ଜେଇଙ୍କ ଅଫିସରେ ତାଲା ପକାଇଥିଲେ ।

ବିଜୁଳି ନଥିଲେ ବିନିକା ସହରବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ପାପକ୍ଷୟ ଘାଟ, ପିଏଚଡି ଅଫିସ୍ ଓ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ବସାଯାଇଛି ତିନି ତିନିଟି ଡିଜି ସେଟ୍ । କିନ୍ତୁ ଏହାକୁ ନଚଲାଇ ଡିଜେଲ୍ ଭରୁଥିବା ଦେଖାଉଛନ୍ତି ଜେଇ । ସେପଟେ କିନ୍ତୁ ପିଏଚଡି ନିର୍ବାହୀ ଯନ୍ତ୍ରୀ କହୁଛନ୍ତି, ଲାଇଟ୍ ନଥିଲେ ଏବଂ ଏମରଜେନ୍ସି ବେଳେ ଡିଜି ସେଟ୍ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବାଡ଼ ଯଦି ଫସଲ ଖାଇବ ଲୋକେ କହିବେ କାହାକୁ? ଏଠି ସେହି ନ୍ୟାୟରେ ମନଇଚ୍ଛା ସରକାରୀ ଅର୍ଥ ଶ୍ରାଦ୍ଧ କରୁଛନ୍ତି ଜେଇ ଯାହାର ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ

(ରିପୋର୍ଟ- ଦିଲ୍ଲୀପ ସାହୁ,ବିନିକା)

Drinking Water Crisis Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ