Advertisment

ଯୋଡ଼ାରେ ଓଡ଼ିଶାର ସବୁଠାରୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍

ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସି।

ଅଦ୍ୟତନ ହୋଇଛି
JODA FLYOVER

JODA FLYOVER

Advertisment

କେନ୍ଦୁଝର ଯୋଡ଼ା ସହରରେ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର ଲୋକାର୍ପିତ ହୋଇଛି। ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଫ୍ଲାଏଓଭରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡିଏମ୍ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇଥିଲା । ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସି।

Advertisment

ଜାତୀୟ ରାଜପଥ ୫୨୦ ର ରଣାଶାଳ ଛକଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହ ୪ କିଲୋମିଟର ୪୮୭ ମିଟର ଲମ୍ବ ନିର୍ମାଣ ହୋଇଛି । ତିନି ଲେନ୍ ବିଶିଷ୍ଟ ଫ୍ଲାଏଓଭରର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢେ଼ ପାଞ୍ଚ ମିଟର ରହିଛି । ସେହିପରି ଏହି ଫ୍ଲାଏଓଭରର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ରହିଛି । ଏହି ଅବସରରେ ଯୋଡ଼ାଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଯୋଡ଼ା ଓ ବଡ଼ବିଲର ପୌରାଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ