/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658400754.jpg)
jobs for cleaners very high salary cleaning job one crore rupees per year package
ସଫେଇ କର୍ମଚାରୀଙ୍କ ପାଇଁ ଖୁସି ଖବର । ସଫେଇ କାମ କରି ପାଆନ୍ତୁ ମାସିକ ୮ ଲକ୍ଷ ଟଙ୍କା । ଏହି ଘୋଷଣା ପରେ ଏବେ ସଫେଇ କାମ କରିବାକୁ ଲୋକଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଛି । ସଫେଇ କର୍ମଚାରୀଙ୍କ ଅଭାବ ପଡ଼ିବାରୁ ସେମାନଙ୍କ ଦରମା ଆକାଶଛୁଆଁ ହୋଇଥିବା ଜଣାପଡିଛି । ଏମିତି କି ଏହି ସମସ୍ୟାର ସମାଧାନ ପାଇଁ କିଛି କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ଘଣ୍ଟା ହିସାବରେ ବୃଦ୍ଧି ମଧ୍ୟ କରିଛନ୍ତି ।
ସଫେଇ କର୍ମଚାରୀଙ୍କ ଘୋର ଅଭାବ ଦେଖାଯିବାରୁ ଅଷ୍ଟ୍ରେଲିଆରେ ଏହିପରି ନିୟମ ଲାଗୁ କରାଯାଇଛି । ତେବେ ଏହି ନୂଆ ନିୟମ ଅନୁଯାୟୀ, ବିନା ଅଭିଜ୍ଞତାରେ କାମ ଆରମ୍ଭ କରିବା କର୍ମଚାରୀଙ୍କୁ ଦିନକୁ ୮ ଘଣ୍ଟା ତଥା ସପ୍ତାହକୁ ୫ ଦିନ କାମ କଲେ ସେମାନଙ୍କୁ ବର୍ଷକୁ ୭୧ ଲକ୍ଷ ଟଙ୍କା ଦରମା ଦିଆଯିବ । ସେହିପରି କର୍ମଚାରୀ ନିଜ ଅଭିଜ୍ଞତାକୁ ବଢ଼ାଇଲେ ନିଜ ଦରମାକୁ ବି ବଢ଼ାଇପାରିବେ । ଏହିପରି ଭାବେ ସଫେଇ କର୍ମୀଙ୍କ ଦରମା ବର୍ଷକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରିବ ।
ନ୍ୟୁଜ୍ ଏଜେନ୍ସି ଡେଲିଟେଲିଗ୍ରାଫ୍’ର ଏକ ରିପୋର୍ଟ ଅନୁଯାୟୀ, ସିଡ୍ନିର ଏକ ସଫେଇ କମ୍ପାନି ‘ଆବ୍ସଲ୍ୟୁଟ୍ ଡୋମେଷ୍ଟିକ୍’ର ନିର୍ଦ୍ଦେଶକ ଜୋଏ ବେସ୍ କହିଛନ୍ତି ଯେ, ‘କର୍ମଚାରୀ ମିଳୁ ନଥିବାରୁ ସେମାନେ ବାଧ୍ୟ ହୋଇ ସଫେଇ କର୍ମୀମାନଙ୍କ ଦରମା ବଢ଼ାଇଛନ୍ତି । ଫଳରେ ସେମାନଙ୍କ ଦରମା ବୃଦ୍ଧି କରାଯାଇ ଘଣ୍ଟାକୁ ୩୬୦୦ ଟଙ୍କା କରି ଦିଆଯାଇଛି।’
ଜୋଏ ବେସ୍ ଆହୁରି ମଧ୍ୟ କହିଛନ୍ତି ଯେ, '୨୦୨୧ ମଧ୍ୟଭାଗରୁ ବହୁ କଷ୍ଟରେ ସଫେଇ କର୍ମଚାରୀ ମିଳୁଛନ୍ତି। ଗତ ୯ ମାସ ପୂର୍ବରୁ ସଫେଇ କର୍ମୀଙ୍କୁ ଘଣ୍ଟା ପ୍ରତି ୨୭୦୦ ଟଙ୍କା ଦିଆ ଯାଉଥିଲା। ହେଲେ ବିଗତ ୩ ସପ୍ତାହ ହେଲାଣି ସେମାନଙ୍କ ଦରମା ୩୬୦୦ ଟଙ୍କା କରି ଦିଆଯାଇଛି। ତେବେ ଦରମା ବଢ଼ାଇବା ପରେ ବି ସଫେଇ କର୍ମଚାରୀ ମିଳିବା ମୁସ୍କିଲ୍ ହୋଇପଡିଛି। '
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)