• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣିଷ-ପଶୁର ସମ୍ପର୍କ ଖୁବ୍‌ ନୀବିଡ । ଏ ସମ୍ପର୍କରେ ନା କିଛି ପାଇବାର ଆଶା ଥାଏ, ନା ଦେବାର । ଏପରି ପବିତ୍ର ସମ୍ପର୍କର ଅନେକ ଉଦାହରଣ ଶୁଣିବାକୁ ମିଳେ । କେବେ ପଶୁ ଟିଏ ମଣିଷ ପାଇଁ ଜୀବନ ଦେଲାଣି ତ କେତେବେଳେ ମାଲିକ ନୀରିହ ଜନ୍ତୁ ପ୍ରେମରେ ପାଗଳ । ହେଲେ ଏଠି କିନ୍ତୁ ଚିତ୍ର ଅଲଗା । କାରଣ ଏଠି ଏକ ମାଙ୍କଡ଼ର ମୃତ୍ୟୁ ପରେ ଗାଁ ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଓ ମୃତ ମାଙ୍କଡ଼ର ଶବକୁ ସତ୍କାର ପାଇଁ ଘଣ୍ଟ ଘଣ୍ଟା ବଜାଇ ନିଆଯାଉଛି ଗାଁ ଦାଣ୍ଡ ମଶାଣି ।

ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଠାକୁରପଡା ଗାଁରେ ଏଭଳି ନିଆରା ଚିତ୍ର ଦେଖିବା ପାଇଁ ମିଳିଛି । ଆଜି ସକାଳୁ ଗୋଟିଏ ମାଙ୍କଡ଼ ଗାଁ ଭିତରେ ଯାଇଥିବା ବିଦ୍ୟୁତ ଖୁଣ୍ଟରେ ଚଢି ତାରରେ ଲାଗି ପ୍ରାଣ ହରାଇଛି । ଏ ଖବର ପାଇ ଗାଁ ଲୋକେ ମାଙ୍କଡ଼କୁ ଦେଖିବା ଧାଇଁ ଆସିବା ସହ ଦୁଃଖ ପ୍ରକାଶ କରିଥିଲେ । ପଶୁ ହେଲେ ମଧ୍ୟ ନିତି ଯିବା ଆସିବାରେ ତା’ ସହ ଏକ ନିବୀଡ଼ତା ବଢ଼ି ଯାଇଥିଲା । ଆଉ ଆଜି ସେ ଅକାଳରେ ଚାଲିଯାଇଛି ।

ପରେ ମୃତ ମାଙ୍କଡ଼ର ଶବକୁ ନୂଆ ବସ୍ତ୍ର ପିନ୍ଧାଇ ତଥା ଫୁଲମାଳ ପକାଇ ସାଇକେଲରେ ଶତ୍କାର ପାଇଁ ନିଆଯାଇଥିଲା । ଶବ ସତ୍କାର ପୂର୍ବରୁ ଶୋଭାଯାତ୍ରାରେ ନେବା ବେଳେ ଘଣ୍ଟ ଘଣ୍ଟା ବଜାଇ ନେଇଥିଲେ ଠାକୁରପଡା ଗ୍ରାମ ବାସିନ୍ଦା । ଆଉ ମଣିଷଙ୍କ ପରି ହିଁ ସମସ୍ତ ରୀତିନୀତି ଅନୁସାରେ ମାଙ୍କଡ଼ର ଅନ୍ତିମ ସଂସ୍କାର କରାଯାଇଛି ।

 

(ରିପୋର୍ଟ- ଦେବେନ୍ଦ୍ର ବେହେରା, ଲଇକେରା)