Jeypore airport gets license from DGCA
ଏଣିକି କୋରାପୁଟର ଜୟପୁର ବିମାନବନ୍ଦରକୁ ଉଡ଼ିବ ବିମାନ। ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ମିଳିଛି ଏରୋଡ୍ରମ୍ ଲାଇସେନ୍ସ। ଜୟପୁର ଏୟାରପୋର୍ଟକୁ ବିମାନ ଉଡ଼ାଣ ନେଇ ଅନୁମତି ଦେଇଛି କେନ୍ଦ୍ର। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ DGCA ଉଡାନ୍ ଯୋଜନାରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ DGCAର ସୂଚନା ଦେଇଛି।
ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏଥିପାଇଁ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ବି ଶେଷ ହୋଇଥିଲା। ଲାଇସେନ୍ସ ମିଳିବା ପରେ ଏବେ କେବଳ ବିମାନବନ୍ଦର ଉଦଘାଟନ ପରେ ବିମାନବନ୍ଦରରୁ ବିମାନ ଉଡ଼ିବାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666278219.jpg)