Advertisment

ଅଦରକାରୀ ସାମଗ୍ରୀରୁ ଫ୍ୟାସନେବଲ୍ ଇୟର ରିଙ୍ଗସ୍ ପ୍ରସ୍ତୁତ କରୁଛନ୍ତି ଛାତ୍ରୀ

କରୋନାରେ ଜୟନ୍ତୀଙ୍କ ପୁରା ପରିବାର ସଂକ୍ରମିତ ହେବା ପରେ ଘରେ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେତେବେଳେ ଘରେ ଖାଲି ବସିବା ଅପେକ୍ଷା କିଛି କରିବା ପାଇଁ ଯୋଜନା କରିଥିଲେ ଜୟନ୍ତୀ। ପରେ ମାଆଙ୍କ ସହ ମିଶି ଏସବୁ ପ୍ରସ୍ତୁତ କରିବା ସହ ନୂଆ ବିଜନେସ୍ ସେଟ୍ଅପ୍ କରିଥିଲେ।

ଅଦ୍ୟତନ ହୋଇଛି
ଅଦରକାରୀ ସାମଗ୍ରୀରୁ ଫ୍ୟାସନେବଲ୍ ଇୟର ରିଙ୍ଗସ୍ ପ୍ରସ୍ତୁତ କରୁଛନ୍ତି ଛାତ୍ରୀ

Jayanti and her Mother

Advertisment

ସୁରତ: କରୋନା ଏବଂ ଲକଡାଉନ ଅନେକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ସମସ୍ୟା ମାତ୍ର ଗୁଜରାଟ ଭଦୋଦରାର ଜଣେ ଛାତ୍ରୀ ଲକଡାଉନର ସଦୁପଯୋଗ କରି ନିଜର ନୂଆ ବିଜନେସ୍ ଛିଡ଼ା କରିପାରିଛନ୍ତି। ବିଭିନ୍ନ ଅଦରକାରୀ ସାମଗ୍ରୀରୁ ଫ୍ୟାସନେବଲ୍ ଇୟର ରିଙ୍ଗସ୍ ପ୍ରସ୍ତୁତ କରି ଅନଲାଇନ୍‌ରେ ବିକ୍ରି କରୁଛନ୍ତି। ଏଥିରୁ ସେ ଭଲ ରୋଜଗାର କରିବା ସହ ଆତ୍ମନିର୍ଭର ମଧ୍ୟ ହୋଇପାରିଛନ୍ତି। କପଡ଼ାରେ ସୁକ୍ଷ୍ମ କାରୁକାର୍ଯ୍ୟ ଭଳିକି ଭଳି ଇୟର ରିଙ୍ଗ୍ସ ସହ ରାକ୍ଷୀ।

Advertisment

ଦେଖିବାକୁ ଯେମିତି ସୁନ୍ଦର ଦାମ୍ ବି ସୁହାଇଲା ଭଳି ପାରଂପରିକ ଅଳଙ୍କାରଠାରୁ ଟିକେ ଭିନ୍ନ, ମାତ୍ର ଖୁବ୍ ଆକର୍ଷଣୀୟ। ଏସବୁ ତିଆରି ହୋଇଛି ଅଦରକାରୀ କାଗଜ ଓ କପଡ଼ାରୁ ଗୁଜରାଟ ଭଦୋଦରା ଅକୋଟା ଅଞ୍ଚଳର ଜୟନ୍ତୀ ଦୁବେ ଓ ତାଙ୍କ ମାଆ ମିଶି ଏସବୁ ପ୍ରସ୍ତୁତ କରିଛନ୍ତି। କରୋନା କାଳରେ ଘରେ ରହିବା ବେଳେ ଅଦରକାରୀ ସାମଗ୍ରୀରୁ ଏସବୁ ପ୍ରସ୍ତୁତ କରିବା ସହ ଅନଲାଇନରେ ଏହାକୁ ବିକ୍ରି ମଧ୍ୟ କରୁଛନ୍ତି। 

Advertisment

କରୋନାରେ ଜୟନ୍ତୀଙ୍କ ପୁରା ପରିବାର ସଂକ୍ରମିତ ହେବା ପରେ ଘରେ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେତେବେଳେ ଘରେ ଖାଲି ବସିବା ଅପେକ୍ଷା କିଛି କରିବା ପାଇଁ ଯୋଜନା କରିଥିଲେ ଜୟନ୍ତୀ। ପରେ ମାଆଙ୍କ ସହ ମିଶି ଏସବୁ ପ୍ରସ୍ତୁତ କରିବା ସହ ନୂଆ ବିଜନେସ୍ ସେଟ୍ଅପ୍ କରିଥିଲେ। ଏବେ ତିନି ଚାରି ମାସ ହେବ କାରବାର ଭଲ ଚାଲିଥିବା କହିଛନ୍ତି ଜୟନ୍ତୀ। 

Surat Waste Management Project Gujurat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ