Advertisment

ଶ୍ରମିକଙ୍କୁ କାମ ମିଳୁନି : ଫାର୍ମ ପଣ୍ଡ ଯୋଜନାରେ ମେସିନ କରୁଛି କାମ

ଫାର୍ମ ପଣ୍ଡ ଖୋଳାରେ ଶ୍ରମିକ କାମ କରିବା କଥା। ହେଲେ ଜେସିବି ଓ ଟ୍ରାକ୍ଟର ଲଗାଇ କାମ କରୁଛନ୍ତି ଠିକାଦାର। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି...

author-image
Prangyan Parimita
ଅଦ୍ୟତନ ହୋଇଛି
machine

machine

ଦାଦନ ପାଇଁ ବେଶ ଜଣାଶୁଣା ବଲାଙ୍ଗିର। କାମ ଧନ୍ଦା ଅଭାବରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥାନ୍ତି। ବିଭିନ୍ନ ସମୟରେ ନିର୍ଯ୍ୟାତନାର ଶିକାର ହୋଇ ଗାଁକୁ ଫେରିଥାନ୍ତି। ବାରମ୍ୱାର ଏମିତି ଅଭିଯୋଗ ଆସିବା ପରେ ଲୋକଙ୍କୁ କାମ ଧନ୍ଦା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ହେଲେ ମୂଳ ଉଦ୍ଦେଶ୍ୟଠାରୁ ଦୂରେଇ ଯାଇଛି ଯୋଜନା। ଟିଟିଲାଗଡ଼ ବ୍ଲକ ମହୁଲପଡାରେ ଶ୍ରମିକ ବଦଳରେ ମେସିନ କରୁଛି କାମ।

Advertisment

ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଦୁତୀ ଗାଁରେ ଚାଷୀଙ୍କ ପାଇଁ ଖୋଳା ହେଉଛି ଚହଲା। ଶ୍ରମିକ ବଦଳରେ ଏଠାରେ ଜେସିବି ଓ ଟ୍ରାକ୍ଟର ଲଗାଇ କାମ ଚାଲିଛି। କେବଳ ଦୁତୀ ଗାଁ ନୁହେଁ, ମେସିନ ମାଧ୍ୟମରେ ଟିଟିଲାଗଡ ବ୍ଲକର ଶଗଡଘାଟ, ମହୁଲପଡା, ମନି ଗାଁ, ବିଜେପୁର ଭଳି ବିଭିନ୍ନ ଗାଁରେ ଏମିତି ମେସିନ କରୁଛି ମଣିଷ କାମ। ଶ୍ରମ ଭିତ୍ତିକ କାମ ଫାର୍ମ ପଣ୍ଡ ହୋଇଥିଲେ ମଧ୍ୟ ଶ୍ରମିକମାନଙ୍କୁ ବାଦ ଦିଆଯାଇ ମେସିନ ମାଧ୍ୟମରେ ପୋଖରୀ ଖୋଳାଯାଉଛି। ଆଉ ଜବ କାର୍ଡରେ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଛି। ଶ୍ରମିକ ମିଳୁନଥିବାରୁ ମେସିନ ଲଗାଇ କାମ କରାଯାଉଥିବା କୁହାଯାଉଛି। 

 ଗାଁଲୋକଙ୍କ ଅଭିଯୋଗ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଷ୍ଟାଫ କମ ଥିବାରୁ ସବୁ ଆଡେ ନଜର ଦେଇ ହେଉନାହିଁ ବୋଲି କହିଥିଲେ। ଫାର୍ମ ପଣ୍ଡର ମୂଳ ଉଦେଶ୍ୟ ହେଲା, ଚାଷୀଙ୍କ ଜମିରେ ସରକାର ପୋଖରୀ ଖୋଳି ଚାଷକୁ ପ୍ରୋତ୍ସାହନ ଯୋଗାଇ ଦେବା। ହେଲେ ଠିକାଦାର ନାମକୁ ମାତ୍ର କାମ କରି ଅର୍ଥ ହଡପ କରୁଛନ୍ତି।

Advertisment

ଟିଟିଲାଗଡରୁ ମାନସ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

MGNREGS Work
Advertisment
Advertisment