/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643254689.jpg)
ITBP soldier sang Kar Chale Hum Fida song
ଗଣତନ୍ତ୍ର ଦିବସ ଅବସରରେ ସୋସିଆଲ୍ ମିଡିଆରେ ଦେଶପ୍ରେମ ଓ ଦେଶର ଜବାନମାନଙ୍କର ଅନେକ ଚମତ୍କାର ତଥା ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିଶେଷ ଅବସରରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛି। ଏହି ଭିଡିଓଟି ଏକ ସେନାର ଜଣେ ଯବାନଙ୍କର, ଯିଏ ମହମ୍ମଦ ରଫିଙ୍କ ଲୋକପ୍ରିୟ ଗୀତ ‘କର ଚଲେ ହମ୍ ଫିଦା’ ଗାଇଥିବା ନଜର ଆସିଛନ୍ତି।
ଆଇଟିବିପି କନଷ୍ଟେବଳ ବିକ୍ରମଜିତ ସିଂ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଗୀତ ଗାଉଛନ୍ତି, ଏବଂ ସେ ଗୀତର କିଛି ଧାଡି କ୍ୟାପ୍ସନ୍ ଭାବରେ ଲେଖିଛନ୍ତି ଏବଂ ଶେୟାର କରିଛନ୍ତି। ସେ ଏହାର ହ୍ୟାଶଟ୍ୟାଗ୍ରେ #RepublicDay ଓ #Himveers ଦେଇଛନ୍ତି।
ଭିଡିଓରେ ଦୁଇଜଣ ସୈନିକଙ୍କୁ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ବିକ୍ରମଜିତ ସିଂ ଗୀତ ଗାଉଥିବା ବେଳେ ଅନ୍ୟ ଜଣକ ଗିଟାର ବଜାଉଥିବା ନଜର ଆସନ୍ତି। ଏହି ଜବାନ ୧୯୬୪ ମସିହାର ହିନ୍ଦୀ ଚଳଚ୍ଚିତ୍ର ‘ହକିକତ’ ର ‘କର ଚଲେ ହମ୍ ଫିଦା’ ଗୀତ ଗାଉଥିବାର ନଜର ଆସିଛନ୍ତି। ଏହି ଗୀତଟିକୁ କୈଫି ଆଜମି ଦେଖିଥିବା ବେଳେ ଗୀତଟିକୁ ମହମ୍ମଦ ରଫି ଗାଇଥିଲେ। ଏହା ସେତେବେଳେ ଖୁବ ଲୋକପ୍ରିୟ ହୋଇଥିଲା।
कर चले हम फिदा जानो तन साथियों,
अब तुम्हारे हवाले वतन साथियों...Constable Vikram Jeet Singh of ITBP sings on #RepublicDay2022#RepublicDay#Himveerspic.twitter.com/DhEoDnKzPR
— ITBP (@ITBP_official) January 26, 2022
ଭିଡିଓଟି ମାତ୍ର କିଛି ଘଣ୍ଟା ପୂର୍ବରୁ ପୋଷ୍ଟ୍ କରାଯାଇଥିଲା ଖବର ଲେଖାହେବା ବେଳକୁ ୪ ହଜାରରୁ ଅଧିକ ଥର ଦେଖାଯାଇଥିଲା। ଲୋକମାନେ ଭିଡିଓ ଉପରେ ଅନେକ ପ୍ରତିକ୍ରିୟ ମଧ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତି ଖୁବ ଭଲ ଲେଖିଥିବା ବେଳେ ଅନ୍ୟ ଜଣେ ‘ସଲାମ’ ବୋଲି ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)