‘ନିଶା ମଞ୍ଚରେ ଚଢ଼ିଲେ ତ ଆମେ ଓହ୍ଲାଇପଡ଼ିବୁ’

କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ ।

ନିଶାଙ୍କ ବିରୋଧରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର

ରାଜ୍ୟର ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ଯାତ୍ରା ଚାଲିଛି । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କେଉଁ ଯାତ୍ରା କମିଟି ଆଇଟମ୍ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି । ତେବେ କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଆଜି ଯାତ୍ରା ମଂଚକୁ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା କମିଟି । ନିଜେ ନିଶା ମଧ୍ୟ ଭିଡିଓ ଜାରି କରି ସେ ଆସୁଥିବା ସ୍ପଷ୍ଟ କରିଥିଲେ । ହେଲେ ନିଶାଙ୍କ ବିରୋଧରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର । କହିଛନ୍ତି, ନିଶା ଆସିଲେ ସେମାନେ ମଂଚକୁ ଯିବେ ନାହିଁ ।

କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ । ରାଜ୍ୟ ସରକାର ଅଶ୍ଲୀଳ ନୃତ୍ୟ ଉପରେ ରୋକ ଲଗାଇଛନ୍ତି, ତେଣୁ ଯଦି ନିଶାଙ୍କୁ ଅନୁମତି ମିଳେ ତେବେ କୌଣସି କଳାକାର ଅଭିନୟ କରିବେନି । ଯାତ୍ରା କମିଟି କିନ୍ତୁ କହିଛି, ନିଶା କେଉଁ ପ୍ରକାରର ନାଚ କରିବେ, ତାହା ନଦେଖି ବିରୋଧ କରିବା ଅନୁଚିତ।

କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ରାଜଧାନୀ ଯାତ୍ରାକୁ ନେଇ ସୃଷ୍ଟି ହୋଇଛି ବିବାଦ । ଆଜି ଯାତ୍ରା ମଂଚକୁ ଚର୍ଚ୍ଚିତ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା କମିଟି । ନିଜେ ନିଶା ମହାରଣା ମଧ୍ୟ ଭିଡିଓ ଜାରି କରି ଆସୁଥିବା ସ୍ପଷ୍ଟ କରିଥିଲେ । ହେଲେ ତାପୂର୍ବରୁ ନିଶାଙ୍କୁ ନେଇ ଉପୁଜିଛି କଳାକାର ବନାମ କମିଟି ବିବାଦ । ଅନ୍ୟ କଳାକାର ମଧ୍ୟ ସମର୍ଥନ ଜଣାଇଛନ୍ତି ।

ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂଳାପ ଏବଂ ଅଭିନୟ ପ୍ରଦର୍ଶନ ବନ୍ଦ କରିବାକୁ କିଛି ଦିନ ତଳେ ଗାଇଡଲାଇନ ଜାରି କରିଥିଲେ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍ ପିଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା । ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା ଯେ, ଯାତ୍ରାରେ ଅଶ୍ଳୀଳ ଏବଂ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉ । ଯାତ୍ରା ଓ ମେଲୋଡି ପାର୍ଟି ଏହାକୁ ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଥିଲା ।

ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକଙ୍କ ସହ ବାଲେଶ୍ୱରରୁ ରଶ୍ମିରଂଜନ ଦାସଙ୍କ ରିପୋର୍ଟ, ଓଟିଭି...