Advertisment

ଜମ୍ମୁ ତୱି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ସମ୍ବଲପୁର ରେଳ ଷ୍ଟେସନ୍‌ରେ ଜମ୍ମୁ ତୱି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଗତକାଲି ରାତିରେ ଟ୍ରେନ୍‌ଟି ୱାସିଂ ଲାଇନ୍‌କୁ ଯିବାବେଳେ ୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା।

author-image
Rajalaxmi Sahoo
Jammu Tawi Express Derailed

Jammu Tawi Express Derailed

ସମ୍ବଲପୁର ରେଳ ଷ୍ଟେସନ୍‌ରେ ଜମ୍ମୁ ତୱି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଗତକାଲି ରାତିରେ ଟ୍ରେନ୍‌ଟି ୱାସିଂ ଲାଇନ୍‌କୁ ଯିବାବେଳେ ୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ତେବେ ଟ୍ରେନ୍‌ରେ ସେହି ସମୟରେ କୌଣସି ଯାତ୍ରୀ ନଥିଲେ। ଖବର ପାଇ ବିଳମ୍ବିତ ରାତିରେ ବୈଷୟିକ ଟିମ୍ ପହଞ୍ଚି ଟ୍ରେନ୍‌କୁ ଟ୍ରାକ୍‌କୁ ଆଣିଥିଲେ।

Advertisment

ଜମ୍ମୁ ତୱି ଏକ୍ସପ୍ରେସ୍ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ଶେଷ ରହଣି କରି ପୁଣି ପରଦିନ ଛାଡ଼ି ଥାଏ। ଏହାପୂର୍ବରୁ ଟ୍ରେନ୍‌ର ବଗି ରି ସିଡ୍ୟୁଲିଂ ହୁଏ। ତେବେ ଗତକାଲି ବଗି ରି ସିଡ୍ୟୁଲିଂ ବେଳେ ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଫଳରେ ଏହି ଅଘଟଣ ଘଟିଥିଲା। 

ଅଘଟଣ ସମୟରେ ଟ୍ରେନ୍‌ରେ କୌଣସି ଯାତ୍ରୀ ନଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିବା ଜଣାପଡ଼ିଛି।

Advertisment
Jammu Tawi Express Derailed Jammu Tawi Express
Advertisment
Advertisment