Advertisment

ଉବୁଟୁବୁ ହେଉଛି ଯାଜପୁର-ଭଦ୍ରକ: ଅସହାୟ ମଣିଷ, ଅଖିଆ ଅପିଆ ଗୃହପାଳିତ ପଶୁ

ତୃତୀୟ ଥରର ବୈତରଣୀ ବନ୍ୟାରେ ନଦୀ ତଟବର୍ତ୍ତୀ ଅଞ୍ଚଳ ହସନାବାଦ, ଅର୍ଜୁନପୁର, ପଧାନୀ, ସୋହଡା ଆଦି ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଘରଦ୍ବାର ସହ ଚାଷବାସ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି । ବିଶେଷ କରି ଅର୍ଜୁନପୁର ଓ ହସନାବାଦ ସାଂଘାତିକ ପ୍ରଭାବିତ ହୋଇଛି । ଭଣ୍ଡାରୀପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶିଛି ବନ୍ୟା ଜଳ ।

ଅଦ୍ୟତନ ହୋଇଛି
jajpur–Bhadrak Reeling Under Floods

jajpur–Bhadrak Reeling Under Floods

Advertisment

ବନ୍ୟା ପାଣିରେ ଉବୁଟୁବୁ ହେଉଛି ଯାଜପୁର ଓ ଭଦ୍ରକ ଜିଲ୍ଳା । ଦୁଇ ଜିଲ୍ଳାର ବିଭିନ୍ନ ଅଞ୍ଚଳର ଲୋକେ ଏବେ ପାଣି ଘେରରେ ରହିଛନ୍ତି । ପୁଣି ବନ୍ୟା ଦାଉରେ କଲବଲ ହେଉଛନ୍ତି ଭଦ୍ରକ ଜିଲ୍ଲାବାସୀ । ଭାସୁଛି ଧାମନଗର ଅଞ୍ଚଳର ବହୁ ଗାଁ ଗଣ୍ଡା । ବିପର୍ଯ୍ୟସ୍ତ ହୋଇପଡ଼ିଛି ଚାଷ, ବାସ, ଘର, ଦ୍ବାର । ମଣିଷଙ୍କଠୁ ଗୃହପାଳିତ ପଶୁଙ୍କ ଯାଏଁ ସବୁ ଯେମିତି ଅସହାୟ । ଏକପ୍ରକାର ଗତ ୨ ଦିନ ହେଲା ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି । ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି । ତାହାରି ଭିତରେ ଜୀବନ ଧାରଣ ପାଇଁ ସଂଘର୍ଷ ।

Advertisment

ତୃତୀୟ ଥରର ବୈତରଣୀ ବନ୍ୟାରେ ନଦୀ ତଟବର୍ତ୍ତୀ ଅଞ୍ଚଳ ହସନାବାଦ, ଅର୍ଜୁନପୁର, ପଧାନୀ, ସୋହଡା ଆଦି ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଘରଦ୍ବାର ସହ ଚାଷବାସ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି । ବିଶେଷ କରି ଅର୍ଜୁନପୁର ଓ ହସନାବାଦ ସାଂଘାତିକ ପ୍ରଭାବିତ ହୋଇଛି । ଭଣ୍ଡାରୀପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶିଛି ବନ୍ୟା ଜଳ । ଗୋଟିଏ ବର୍ଷ ଭିତରେ ବାରମ୍ବାର ବନ୍ୟାକୁ ନେଇ ଥରକୁ ଥର ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟାଞ୍ଚଳ ବାସିନ୍ଦା । ...

ସେପଟେ ବୈତରଣୀ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ବନ୍ୟାରେ ୪୬ଟି ଗାଁ ଓ ୧୪ ପଞ୍ଚାୟତ ପ୍ରଭାବିତ ହୋଇଛି । ବୈତରଣୀର ଶାଖା ନଦୀ କାଣିରେ ୬୦ ଫୁଟର ଘାଇ ସୃଷ୍ଟି ହେବା ପରେ ଦୁର୍ଦ୍ଦଶାରେ ଦଶରଥପୁର ବ୍ଲକର ଏକାଧିକ ପଞ୍ଚାୟତ । ଦୁର୍ଦ୍ଦଶା ଘେରରେ ମଲ୍ଲିକାପୁର, କସପା, ମହାନ୍ତିପାଟଣା, ଦୁଦୁରାଅଣ୍ଟା, ସୁସୁଆ, ନିଜାମପୁର ଓ ଖାନନଗର ଆଦି ପଞ୍ଚାୟତ । ଘାଇ ନିକଟରେ ଥିବା ଗାଁ ଗୁଡ଼ିକରେ ଘର ଭିତରେ ଛାତିଏ ଉଚ୍ଚ ପାଣି ପ୍ରଖର ସୁଅରେ ବହୁଥିବା ବେଳେ, କିଏ ଛାତ ଉପରେ ଆଶ୍ରୟ ନେଇଛନ୍ତି, ତ ଆଉ କିଏ ସ୍କୁଲ ଘରେ ।

Advertisment

ହଜାର ହଜାର ଲୋକ ବାସହରା ହୋଇ ପଡିଛନ୍ତି । ଆଜି କିଛି କିଛି ଅଞ୍ଚଳରୁ ପାଣି ଧୀରେ ଧୀରେ ଖସୁଛି । ଅଚାନକ ପାଣି ମାଡ଼ି ଆସିବାରୁ ଲୋକ ଘରୁ କିଛି ଜିନିଷ ଆଣି ପାରିଲେ ନାହିଁ । ପାଣିରେ ବୁଡ଼ିଗଲା ଲୁଗାପଟା, ଧାନ ଚାଉଳ, ଆସବାବପତ୍ର । ବିପନ୍ନଙ୍କୁ ବିଭିନ୍ନ ସ୍କୁଲ ଘର ଓ ଅନ୍ୟ ଆଶ୍ରୟସ୍ଥଳକୁ ନେଇ ରନ୍ଧା ଓ ଶୁଖିଲା ଖାଦ୍ୟ ଦେଉଛି ପ୍ରଶାସନ ।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ସାହଜବାହଲରେ ଘଟିଛି ଅଘଟଣ । ବନ୍ୟା ପାଣିରେ ଭାସିଯାଇଛି ଟ୍ରେଲର୍ । ଝଣ୍ଟେଲବୁଡ ନାଳରେ ଓଲଟିପଡ଼ି ଭାସିଯାଇଛି ଏକ କୋଇଲା ବୋଝେଇ ଟ୍ରେଲର୍ । ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାବେଳେ ଏକ ଟ୍ରେଲର୍ ଯାତାୟାତ କରୁଥିଲା । ଏହି ସମୟରେ ସ୍ରୋତରେ ପଡ଼ି ଟ୍ରେଲରଟି ଭାସିଯାଇଛି । ଟ୍ରେଲର୍ ଡ୍ରାଇଭର ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି । ସୂଚନା ଅନୁସାରେ, ସଂପୃକ୍ତ ପୋଲଟି ବିପଦସଂକୁଳ ଅବସ୍ଥାରେ ରହିଥିଲା । ସେଥିରେ ଭାରିଯାନ ଚଳାଚଳ ନିଷେଧ କରାଯାଇଥିଲା ।

Advertisment
Jajpur Bhadrak Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ