Jaga mission
ଜାଗା ମିଶନକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ୬ ମାସରେ ୬ କିସ୍ତିରେ ଦେବାକୁ ପଡ଼ିବ ପ୍ରିମିୟମ । BMC ଅଫିସରେ ହିତାଧିକାରୀଙ୍କ ଭିଡ଼ ପରେ BMC କମିଶନର ବିଜୟ ଅମୃତା କୁଲାଙ୍ଗେ ଏପରି ସୂଚନା ଦେଇଛନ୍ତି । ଡିମାଣ୍ଡ ନୋଟିସର ୩ ଦିନ ମଧ୍ୟରେ BMC ଅଫିସ ଆସିବେ ।
୩୨୩ ବର୍ଗଫୁଟ ପାଇଁ ଦେୟ ପଡ଼ିବନି, ଅଧିକ ହେଲେ ପ୍ରିମିୟମ ଦେବାକୁ ପଡ଼ିବ । କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ ବୋଲି କହିଛନ୍ତି BMC କମିଶନର । ତାହା ସହ ଏହି ଅଭିଯୋଗକୁ BMC ପକ୍ଷରୁ ସର୍ଭେ କରି ତଦନ୍ତ କରାଯିବ ବୋଲି BMC କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଜାଗା ମିଶନରେ ପ୍ରିମିୟମକୁ ନେଇ ଚିନ୍ତାରେ ରହିଛନ୍ତି ହିତାଧିକାରୀ । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଅଭିଯୋଗକାରୀ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି । ଅଧିକ ଜମି ବାବଦକୁ ଆସିଥିବା ନୋଟିସ୍ ପରେ ଏହି ଭିଡ଼ ଜମିଛି । ୩୨୩ ବର୍ଗ ଫୁଟ୍ ମାଗଣା ଜମି ପାଇଁ ପ୍ରାବଧାନ ଥିବା ବେଳେ କାହିଁକି ଅଧିକ ଜମି ବାବଦକୁ ଟଙ୍କା ମଗା ଯାଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693818921.jpg)