ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କୁ କୌଣସି ବିକଳ୍ପ ଦେଖାଯାଉନି ତେବେ ଆପଣମାନଙ୍କ ପାଇଁ ମାଛ ଚାଷର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ଆପଣ ବହୁତ କମ ସମୟରେ ମାଛ ଚାଷ କରି ଭଲ ଅର୍ଥ ଉପାର୍ଜନ କରିପାରିବେ ।
Also Read
କିପରି ଆରମ୍ଭ କରିପାରିବେ ମାଛ ଚାଷ ବ୍ୟବସାୟ:
- ଏହି ବ୍ୟବସାୟକୁ ଆରମ୍ଭ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଦୁଇଟି ଜିନିଷ ଆବଶ୍ୟକ ଅଟେ, ଯଥା: ପୋଖରୀ ଏବଂ ମାଛ ।
- ମାଛ ଆପଣଙ୍କୁ ଯେ କୌଣସି ମାଛ ଚାଷୀଙ୍କ ଠାରୁ ଆଣିପାରିବେ ଏବଂ ଅନ୍ୟ କଥାଟି ହେଉଛି ପୋଖରୀ, ତେବେ ଆପଣ ଆରମ୍ଭରୁ ଯେକୌଣସି ଛୋଟ ପୋଖରୀ ଆଣି ସେଥିରେ ମାଛ ରଖିପାରିବେ ।
- ଆପଣଙ୍କୁ ଗୋଟେ କଥା ଧ୍ୟାନ ରଖିବା ଉଚିତ ଯେ ଆପଣ ଯେବେ ଗ୍ରହକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଇପାରିବେ ସେତେବେଳେ ଯାଇ ଅଧିକ ଲାଭ କରିପାରିବେ ।
- ମାଛଚାଷୀ ଭାବରେ ଆପଣଙ୍କୁ ଏହା ଜାଣିବା ଦରକାର ଯେ ବଜାରରେ କେଉଁ କେଉଁ ମାଛର ଚାହିଦା ଅଧିକ ଅଛି । ଯଦି ଆପଣ ଏହି କଥାକୁ ଧ୍ୟାନରେ ରଖି ମାଛ ଚାଷ କରିପାରିବେ ତେବେ ଆପଣ ଅଧିକ ଲାଭବାନ ହେଇପାରିବେ ।
ମାଛ ଚାଷ ପାଇଁ ଠିକ୍ ପୋଖରୀର ଚୟନ:
- ମାଛ ଚାଷରେ ପୋଖରୀର ସ୍ଥାନ ଅଧିକ ମହତ୍ଵ ରଖିଥାଏ, ତେଣୁ ମାଛ ଚାଷ କରିବା ପୂର୍ବରୁ ଏହି କଥାକୁ ବିଶେଷ ଭାବରେ ଧ୍ୟାନ ଦେବା ଉଚିତ l
- ପୋଖରୀକୁ ଯେଉଁ ପାଣି ଆସୁଛି ତାହା ବୋରିଙ୍ଗ୍ର ପାଣି ନା ବର୍ଷା ପାଣି ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ l
- ପୋଖରୀ ପାଣିରେ କୌଣସି ପ୍ରକାରର ବାକଟ୍ରିଆ ନାହାନ୍ତି ତ, ଏହା ଆପଣଙ୍କ ମାଛ ଉପରେ ଅଧିକ ଖରାପ ପ୍ରଭାବ ପକେଇପାରିବ କି ନାହିଁ ତାହା ଉପରେ ଧ୍ୟାନ ଦିଅନ୍ତୁ l ଯଦି ଏମିତି ରହିବ ତେବେ ଆପଣ ଲାଭ ବଦଳରେ କ୍ଷତି ହେବ ।
ମାଛମାନଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ:
- ମାଛମାନଙ୍କୁ ଆପଣ କେଉଁ ପ୍ରକାରର ଖାଦ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ l
- ଯେଉଁ ମାଛମାନେ ଯେ କୌଣସି ସ୍ଥାୟୀ ପୋଖରୀରେ ରୁହନ୍ତି ସେମାନଙ୍କ ପାଇଁ ସଦା ବେଳେ ଖାଦ୍ୟ ରହିବାର ବ୍ୟବସ୍ତା ରହିଥାଏ କିନ୍ତୁ ଯେଉଁ ମାଛମାନେ ପୋଖରୀରେ ସ୍ଥାୟୀ ଭାବରେ ରହିନଥାନ୍ତି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇ ଥାଏ ।
- ଯଦି ଆପଣ ମାଛମାନଙ୍କୁ ଉପଯୁକ୍ତ ସମୟରେ ଖାଦ୍ୟ ଖୁଆଇବାକୁ ଦେବେ, ତେବେ ଆପଣଙ୍କର ମାଛମାନଙ୍କର ବୃଦ୍ଧି ହେବ ଏବଂ ସେଥିରୁ ଆପଣ ଅଧିକ ଲାଭବାନ ହେଇପାରିବେ ।