/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659098177.jpg)
International Tiger Day
ଚିଡ଼ିଆଖାନାରେ ଜନ୍ମ ହେଉଥିବା ବାଘକୁ ପୁଣି ଥରେ ରିୱାଇଲ୍ଡିଂ ବା ଜଙ୍ଗଲି ପ୍ରବୃତ୍ତିର କରାଇ ଜଙ୍ଗଲରେ ଛାଡ଼ିବାକୁ ଯୋଜନା ହୋଇଛି । ଏନେଇ ଖୁବ ଶୀଘ୍ର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି. ନାୟାର ।
ମନୋଜ କହିଛନ୍ତି, ବେଙ୍ଗଳୁରୁର ନ୍ୟାସନାଲ ସେଣ୍ଟର ଫର୍ ବାୟୋଲଜିକାଲ ସାଇନ୍ସେନ୍ସ ସହ ମିଶି ଗବେଷଣା କରିବ ନନ୍ଦନକାନନ । ଥରେ ଜେନେଟିକ ଗବେଷଣା ଆରମ୍ଭ ହେଲେ, ୬ ମାସରୁ ବର୍ଷକ ମଧ୍ୟରେ ମିଳିବ ରେଜଲ୍ଟ । ଏହା ପରେ ଚାହିଦା ମୁତାବକ ବାଘ ବ୍ରିଡିଂ କରାଯାଇ ଜଙ୍ଗଲରେ ଛଡ଼ା ଯାଇ ପାରିବ । ଏହା ସଫଳ ହେଲେ ଚିଡ଼ିଆଖାନା ବାଘର ରିୱାଇଲ୍ଡିଂ ପ୍ରଥମ ଘଟଣା ହେବ ବୋଲି କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର କହିଛନ୍ତି ।
ନନ୍ଦନକାନନରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ ଅବସରରେ ସେ ଏହା କହିଛନ୍ତି । ଆଜି ବାଘଗୁଡ଼ିକୁ ଦିଆଯାଇଥିଲା ଚିକେନ୍ । ଏହି ଅବସରରେ ଓଡ଼ିଶା ଡାକ ମଣ୍ଡଳ ପକ୍ଷରୁ ଏକ ସ୍ୱତନ୍ତ୍ର କଭର ଓ ପୋଷ୍ଟ କାର୍ଡ ଉନ୍ମୋଚନ ହୋଇଛି । ଚିଡ଼ିଆଖାନାର ରକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏବେ ନନ୍ଦନକାନନରେ ୨୬ଟି ବାଘ ଅଛନ୍ତି । ସେଥିରୁ ୧୬ଟି ସାଧାରଣ ବାଘ, ୩ଟି କଳା ବାଘ ଓ ୭ଟି ଧଳା ବାଘ ରହିଛନ୍ତି । ଆଜି ବିଧାନସଭାରେ ମଧ୍ୟ ବାଘ ସଂଖ୍ୟା ହ୍ରାସ ପ୍ରସଙ୍ଗ ଉଠିଥିଲା । ବାଘ ସଂଖ୍ୟା କମୁଥିବାରୁ ଉଦ୍ବେଗ ପ୍ରକାଶ କରି ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।
ସୂଚନାଯୋଗ୍ୟ ଯେ, ବାଘ ବଂଶ ବୃଦ୍ଧି ରାଜ୍ୟ ସରକାର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ବାଘ ମହାବୀର ଓ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ବାଘୁଣୀ ସୁନ୍ଦରୀକୁ ଆଣିଥିଲେ। ଏହି ବାଘ ଓ ବାଘୁଣୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ବାଘ ମହାବୀର ଅଭୟାରଣ୍ୟର କୋର ଏରିଆକୁ ଯାଇଥିଲା। ହେଲେ ଆଉ ସେ ଫେରିନଥିଲା। ସେଠାରେ ମୃତ୍ୟୁ ହୋଇଯାଇଥିଲା। ଠିକ୍ ସେହିପରି ବାଘୁଣୀ ସୁନ୍ଦରୀ ଅଭୟାରଣ୍ୟ କୋର ଏରିଆକୁ ଗଲାନାହିଁ। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲିଲା। ଆଉ ସୁଯୋଗ ଦେଖି ଶିକାର କଲା। ଗାଁରେ ପଶି ସୁନ୍ଦରୀ ଲୋକଙ୍କୁ ଶିକାର କରୁଥିବା ଅଭିଯୋଗ ହୋଇଛି।
ସୁନ୍ଦରୀ ହିଂସ୍ର ହେଉଥିବା ଦେଖି ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୀଘ୍ର ସୁନ୍ଦରୀକୁ ଅନ୍ୟ ଜଙ୍ଗଲରେ ଛାଡ଼ିବାକୁ ଦାବି ହୋଇଥିଲା। ବହୁ ବାବ ଦିବାଦ ସୁନ୍ଦରୀକୁ ଧରିବା ପାଇଁ ଯୋଜନା ଆରମ୍ଭ ହେଲା। ହେଲେ ଚାଲାକ ସୁନ୍ଦରୀ ଏତେ ସହଜରେ ଧରା ଦେଇନଥିଲା। ପରେ ବହୁ କଷ୍ଟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ତାକୁ କିଛି ଦିନ ବନ୍ଦୀ କରି ରଖାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ସୁନ୍ଦରୀକୁ ଫେରାଇ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)