Advertisment

ଜଟଣୀରେ ଖୋଲିଲା ରାଜ୍ୟର ପ୍ରଥମ ଗାଡି ସ୍କ୍ରାପିଂ ୟୁନିଟ୍: କେମିତି କରିବେ ସ୍କ୍ରାର୍ପିଂ, ଜାଣନ୍ତୁ

ଆଜିଠୁ ରେଜିଷ୍ଟର ହୋଇଥିବା ଘରୋଇ ଗାଡିଗୁଡିକର ମଧ୍ୟ ସ୍କ୍ରାପିଂ ଆରମ୍ଭ ହୋଇଛି। ଏବେ ଆସନ୍ତୁ ଜାଣିବା କେମିତି ଆପଣ ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପିଂ କରିବେ।

undefined

India’s second vehicle scrapping unit opens in Odisha’s Khordha

Advertisment

ଓଡ଼ିଶାରେ ଖୋଲିଲା ଦେଶର ଦ୍ୱିତୀୟ ଗାଡ଼ି ସ୍କ୍ରାପିଂ ୟୁନିଟ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁମାରବସ୍ତଠାରେ ଖୋଲିଥିବା ରାଜ୍ୟର ଏହି ପ୍ରଥମ ସ୍କ୍ରାପିଂ ୟୁନିଟ୍‌କୁ ଟାଟା ମୋଟର୍ସ ଏବଂ ଏମ୍ପ୍ରିୟୋ ପ୍ରିମିୟମ ପକ୍ଷରୁ ପ୍ରତିଷ୍ଠା କରାଯାଇଛି। ଏହି ୟୁନିଟରେ ଅତ୍ୟାଧୁନିକ ପଦ୍ଧତିରେ ବାର୍ଷିକ ୧୦ ହଜାର ଗାଡ଼ି ସ୍କ୍ରାପିଂ କରିବାର କ୍ଷମତା ରହିଛି। ଆସନ୍ତୁ ଜାଣିବା ଗ୍ରାହକଙ୍କୁ ନିଜ ଗାଡିର ସ୍କ୍ରାପିଂ କରିବାକୁ କଣ କରିବାକୁ ପଡିବ।

Advertisment

ସହଜ ହେବ ୧୫ ବର୍ଷର ପୁରୁଣା ଗାଡି ସ୍କ୍ରାପିଂ। ଓଡ଼ିଶାରେ ଖୋଲିଲା ଦେଶର ଦ୍ବିତୀୟ ସ୍କ୍ରାପିଂ ୟୁନିଟ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁମାରବସ୍ତଠାରେ ଖୋଲିଥିବା ଏହି ସ୍କ୍ରାପିଂ ୟୁନିଟରେ ଆରମ୍ଭ ହୋଇଛି ପୁରୁଣା ଗାଡି ସ୍କ୍ରାପିଂ। ଟାଟା ମୋଟର୍ସ ଓ ଏମ୍ପ୍ରିୟୋ ପ୍ରିମିୟମ ମିଳିତ ଭାବେ ଏହି ୟୁନିଟର ପ୍ରତିଷ୍ଠା କରିଛନ୍ତି। ଅତ୍ୟାଧୁନିକ ପଦ୍ଧତିରେ ଦିନକୁ ପ୍ରାୟ ୪୦ ଏବଂ ବାର୍ଷିକ ୧୦ ହଜାର ଗାଡ଼ି ସ୍କ୍ରାପିଂ କରିବା କ୍ଷମତା ରହିଛି ଏହି ୟୁନିଟରେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଏଠାରେ ପଞ୍ଜୀକୃତ ସରକାରୀ ଗାଡିଗୁଡିକର ସ୍କ୍ରାପିଂ କରାଯାଉଥିଲା। ଆଜିଠୁ ରେଜିଷ୍ଟର ହୋଇଥିବା ଘରୋଇ ଗାଡିଗୁଡିକର ମଧ୍ୟ ସ୍କ୍ରାପିଂ ଆରମ୍ଭ ହୋଇଛି। 

ଏବେ ଆସନ୍ତୁ ଜାଣିବା କେମିତି ଆପଣ ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପିଂ କରିବେ। ପ୍ରଥମେ ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ପୋର୍ଟାଲରେ ପଂଜୀକରଣ କରିବାକୁ ପଡିବ। ଅବେଦନ କରିବା ବେଳେ ପାଖ RVSF ସେଣ୍ଟର ଅର୍ଥାତ୍ ରେଜିଷ୍ଟର୍ଡ ଭେହିକିଲ୍ ସ୍କ୍ରାପେଜ୍ ଫ୍ୟାସିଲିଟି ସେଣ୍ଟରକୁ କ୍ଲିକ୍ କରିବେ। ଓଡ଼ିଶାର ଏଂପ୍ରିୟୋ ପ୍ରିମିୟମ RVSFରେ ଗାଡିର ଫଟୋ, RC ଏବଂ ସମସ୍ତ ତଥ୍ୟ ଅପଲୋଡ୍ କରିବାକୁ ହେବ। ଆବେଦନ କରିବା ପରେ ଆପ୍ଲିକେସନ୍ RVSF ସେଣ୍ଟର ପୋର୍ଟାଲକୁ ଆସିଯିବ। ପରେ RVSF ସେଣ୍ଟର ଅଧିକାରୀ ଗାଡିର ଅନୁଧ୍ୟାନ କରିବା ସହ ଗାଡିର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରିବେ।

Advertisment

ଗାଡି ମାଲିକ ସେହି ମୂଲ୍ୟକୁ ଗ୍ରହଣ କରିବା ପରେ ନିର୍ଦ୍ଧାରିତ ଆକାଉଣ୍ଟରେ ସ୍ଥିର କରାଯାଇଥିବା ଟଙ୍କା ପଠାଯିବ। ଏଥିସହ ସାର୍ଟିଫିକେଟ୍ ଅଫ୍ ଡିପୋଜିଟ୍ ମଧ୍ୟ ପ୍ରଦାନ କରାଯିବ। ଏହା ୨ ବର୍ଷ ଯାଏଁ ବୈଧ ରହିବ। ନୂଆ ଗାଡ଼ି କିଣିବା ବେଳେ ମାଲିକଙ୍କୁ ଏହି ସାର୍ଟିଫିକେଟ୍ ଡିଲରଙ୍କୁ ଦେବାକୁ ପଡିବ। ଏହାଦ୍ୱାରା ନୂଆ ଗାଡିର ବେସିକ୍ ପ୍ରାଇସ ଅର୍ଥାତ ମୂଳ ଦର ଉପରେ ଗ୍ରାହକଙ୍କୁ ୪ରୁ ୫ ପ୍ରତିଶତ ଲାଭ ମିଳିବ। ଏଥିସହ ନୂଆ ଗାଡି ଉପରେ କୌଣସି ପଂଞ୍ଜୀକରଣ ଫି ଦେବାକୁ ପଡିବ ନାହିଁ ଏବଂ ଗାଡି ଟାକ୍ସର ୨୫ପ୍ରତିଶତ ବି କମିବ।

ଯଦି କୌଣସି ଗାଡି ମାଲିକ ନୂଆ ଗାଡି କିଣିବାକୁ ଚାହିଁବେନି ତେବେ ସେହି ସାର୍ଟିଫିକେଟ୍ ଅଫ୍ ଡିପୋଜିଟକୁ ସରକାରୀ ପୋର୍ଟାଲରେ ସେଲ୍ ପାଇଁ ଅବେଦନ କରିବାକୁ ପଡିବ। ଅନ୍ୟ କେହି ଗ୍ରାହକ ସେହି ଗାଡି କିଣିବାକୁ ଚାହିଁଲେ ସେହି ସାର୍ଟିଫିକେଟ୍ ଅଫ୍ ଡିପୋଜିଟ୍ ତାଙ୍କ ନାଁକୁ ଟ୍ରାନ୍ସଫର ହୋଇଯିବ। ଖୋର୍ଦ୍ଧାରେ ଏହି ସ୍କ୍ରାପିଂ ୟୁନିଟ୍ ଖୋଲିଥିବା ବେଳେ ଦୂରରେ ରହୁଥିବା ଗାଡି ମାଲିକ ସେମାନଙ୍କ ଗାଡି କେମିତି ସ୍କ୍ରାପ୍ କରିବେ ସେନେଇ ପ୍ରଶ୍ନ ଉଠିଛି।

Advertisment
Scrapping Policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ