Advertisment

ମାଲକାନଗିରି ୪୮ଖଣି ଲିଜ୍ ଟେଣ୍ଡର ବାତିଲ୍

ନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କଲେ ଜିଲ୍ଲାପାଳ

mines tender

mines tender

Advertisment

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କରି ଦିଆଯାଇଛି। ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରିଛନ୍ତି ନିଜେ ଜିଲ୍ଲାପାଳ ବିଶାଲ ସିଂ। ଦକ୍ଷିଣାଞ୍ଚଳ  ଆରଡିସିଙ୍କ ସୁପାରିସ୍ କ୍ରମେ ଟେଣ୍ଡର ବାତିଲ୍ ହୋଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସଂପୃକ୍ତି ରହିଛି।

Advertisment

ଖଣି ଲିଜ୍ ଟେଣ୍ଡରକୁ ନେଇ ପୂର୍ବତନ ଜିଲ୍ଲାପାଳ ଓ୍ୱାଇ ବିଜୟ ବିବାଦ ବିବାଦ ଘେରକୁ ଆସିଥିଲେ । ଲଘୁ ଖଣିଜ ଲିଜ୍ ନେଇ ହୋଇଥିବା ଟେଣ୍ଡର ବକ୍ସକୁ ତତ୍କାଳୀନ ଜିଲ୍ଲାପାଳ ଓ୍ୱାଇ ବିଜୟ ଘରକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା।  ଟେଣ୍ଡର ପେପର ଘରକୁ ନେଇ ବଦଳାଯାଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ। ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆରଡିସି ।

Advertisment

ଟେଣ୍ଡର ତହସିଲରେ ହେବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ ନିଜେ ଟେଣ୍ଡର କାଗଜପତ୍ର ଘରକୁ ନେଇଥିବା ଅଭିଯୋଗ ହୋଇଥିଲା  । ତେଣୁ ଟେଣ୍ଡର ଅନିୟମିତତାରେ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଟେଣ୍ଡର ବାତିଲ ପରେ ଟେଣ୍ଡର ଫିକ୍ସିଂର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ  । ଖଣି ଦୁର୍ନୀତିରେ ବହୁ ଉଚ୍ଚପଦସ୍ଥ ଅଫିସର ଓ ମାଫିଆ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି।  ସତ୍ୟତା ପଦାକୁ ଆସିଛି ।ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାଯର୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ।

ସୂଚନାଥାଉ କି, ଗତ ମାର୍ଚ୍ଚରେ ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝି ଖଣି ଟେଣ୍ଡର ଫିକ୍ସି ନେଇ ଅଭିଯୋଗ କରିଥଲେ।ପ୍ରଦୀପଙ୍କ କହିବାନୁଯାୟୀ, ଜିଲ୍ଲାରେ ୭ଟି ଲଘୁ ଖଣିଜ ଉତ୍ସ ନିଲାମ ଲାଗି ଗତ ମାର୍ଚ୍ଚ ୨୦ ତାରିଖ ସନ୍ଧ୍ୟା ୫ଟାରେ ଟେଣ୍ଡର ସରିଥିଲା। ହେଲେ ଟେଣ୍ଡର ବକ୍ସ ଏହାର ଦୁଇ ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ଗୋଟାଏ ୪୦ରେ ଟ୍ରେଜରୀ ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଟ୍ରେଜରି ଷ୍ଟ୍ରଙ୍ଗ୍ ରୁମ୍‌ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଟେଣ୍ଡର ବକ୍ସ ପହଞ୍ଚିବାକୁ କଣ ପାଇଁ ୩ ଦିନ ଲାଗିଲା ବୋଲି ପ୍ରଦୀପ ସେତେବେଳେ ପ୍ରଶ୍ନ କରିଥିଲେ।

Advertisment
Mines Auction Mines Lease Cancelled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ