Advertisment

ରାସ୍ତା ଖଣ୍ଡିଏ ପାଇଁ ୨୦ ବର୍ଷ ହେଲାଣି ଦାବି, ଫଳ ଶୂନ

ସହରର ହାର୍ଟ କୁହାଯାଉଥିବା ଷ୍ଟେସନରୋଡ ଏବଂ ଓଟି ରୋଡକୁ ସଂଯୋଗ କରୁଛି ଏହି ରାସ୍ତା। ଏହି ରାସ୍ତାରେ ଗଲେ ଘରୋଇ ନର୍ସିଂହୋମ, ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ସହ କିଛି ପ୍ରତିଷ୍ଠିତ ଲୋକଙ୍କ ଘର ବି ରହିଛି। ହେଲେ ସାମାନ୍ୟ ବର୍ଷା ହେଲେ ରାସ୍ତା ହୋଇପଡେ ଜଳାର୍ଣ୍ଣବ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ହୋଲଡିଂ ଟ୍ୟାକ୍ସ ଦେବା ସତ୍ତ୍ୱେ ସମସ୍ୟାରୁ ମୁକୁଳି ପାରୁନୁ।

ଅଦ୍ୟତନ ହୋଇଛି
ରାସ୍ତା ଖଣ୍ଡିଏ ପାଇଁ ୨୦ ବର୍ଷ ହେଲାଣି ଦାବି, ଫଳ ଶୂନ

water logging in balesore

Advertisment

ବାଲେଶ୍ୱର: ସାମାନ୍ୟ ବର୍ଷାରେ ଢେଉ ଭାଙ୍ଗୁଛି। ବାଲେଶ୍ୱର ସହରର ଛାତି ଉପରେ ଥିବା ୧୯ ନମ୍ବର ଓ୍ୱାର୍ଡ  ଷ୍ଟେସନଛକ ରୋଡକୁ ସଂଯୋଗ କରୁଥିବା ରାସ୍ତାରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ହେଲେ ୨୦ ବର୍ଷ ହେଲା ରାସ୍ତା ପାଇଁ ଦାବି ହୋଇଆସୁଥିଲା ବେଳେ ଫଳ ଶୂନ। ବରଂ ମ୍ୟୁନିସିପାଲିଟିର ଏହି ରାସ୍ତା ଦେଖିଲେ ଯେ କେହି ଭାବିବେ ଏହା ସହର ନୁହଁ ବରଂ ଗାଁ ରାସ୍ତାଠାରୁ ହୀନ। ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଢେଉ ଭାଙ୍ଗୁଛି ପାଣି। ତାସାଙ୍ଗକୁ କାଦୁଅ ପଚ ପଚ ରାସ୍ତା  ଯିଏ ଦେଖିବ ଭାବିବ ଏ କେଉଁ ଗ୍ରାମାଞ୍ଚଳର ରାସ୍ତା।

Advertisment

ପ୍ରକୃତପକ୍ଷେ ବାଲେଶ୍ୱର ମ୍ୟୁନିସିପାଲିଟି ୧୯ ନମ୍ବର ଓ୍ୱାର୍ଡର ଏକ ମୁଖ୍ୟ ଲେନର ଦୃଶ୍ୟ। ସହରର ହାର୍ଟ କୁହାଯାଉଥିବା ଷ୍ଟେସନରୋଡ ଏବଂ ଓଟି ରୋଡକୁ ସଂଯୋଗ କରୁଛି ଏହି ରାସ୍ତା। ଏହି ରାସ୍ତାରେ ଗଲେ ଘରୋଇ ନର୍ସିଂହୋମ, ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ସହ କିଛି ପ୍ରତିଷ୍ଠିତ ଲୋକଙ୍କ ଘର ବି ରହିଛି। ହେଲେ ସାମାନ୍ୟ ବର୍ଷା ହେଲେ ରାସ୍ତା ହୋଇପଡେ ଜଳାର୍ଣ୍ଣବ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ହୋଲଡିଂ ଟ୍ୟାକ୍ସ ଦେବା ସତ୍ତ୍ୱେ ସମସ୍ୟାରୁ ମୁକୁଳି ପାରୁନୁ। 

ମ୍ୟୁନିସିପାଲିଟିର ଏକ ଚିଠିରେ ଉଲ୍ଲେଖ ହୋଇଛି ଯେ, ରାସ୍ତା ନିର୍ମାଣ ପାଇଁ ୧୯ ଲକ୍ଷ ୮୦ ହଜାର ୫ଶହ ଟଙ୍କାର ଓ୍ୱାର୍କ ଅର୍ଡର ହୋଇଥିଲା। ୬୦ ଦିନ ଭିତରେ ରାସ୍ତା କାମ ସରିବାକୁ ନିର୍ଦ୍ଦେଶ ବି ଥିଲା। ହେଲେ କିଛି ଲୋକେ ୨୦ ଫୁଟ ଓସାରର ରାସ୍ତା କରିବାକୁୁ ଦାବି କରିଥିଲେ କିନ୍ତୁ ମୁନିସିପାଲିଟି ଡ୍ରେନ୍ ପାଇଁ ଜାଗାଛାଡି ୧୪ ଫୁଟ ରାସ୍ତା କରିବାକୁ ପ୍ରସ୍ତାବ ଦେଇଥିଲା। ଯାହାକୁ ନେଇ ବାଦ ବିବାଦ ଉପୁଜିବାରୁ ରାସ୍ତା କାମ ହୋଇପାରିନି। ସମସ୍ୟା ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି।

Advertisment

ଶେଷରେ ସଦର ବିଧାୟକ ଏନେଇ ହସ୍ତକ୍ଷେପ କରିଛନ୍ତି, ଟେଣ୍ଡର ବାତିଲ ନକରି ଯେତିକି ଟଙ୍କା ଅନୁମୋଦନ ହୋଇଛି, ସେଥିରେ ଲୋକଙ୍କ ଦାବି ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ ମୁନିସିପାଲିଟିକୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଯଦି ଦରକାର ପଡେ ଅବଶିଷ୍ଟ ରାସ୍ତା ପାଇଁ ନୂଆ ଟେଣ୍ଡର କରାଯିବାକୁ ପ୍ରସ୍ତାବ ଦେଇଥିବା ବିଧାୟକ କହିଛନ୍ତି  କିନ୍ତୁ ମୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏନେଇ ଦେଖିବେ ବୋଲି କହିଛନ୍ତି।  

Odisha News Weather In Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ