Advertisment

ଅଦିନିଆ ବର୍ଷା ଆଣିଦେଲା ଚାଷୀ ଆଖିରେ ଲୁହ, କୁଆପଥର ମାଡ଼ରେ ଭାଙ୍ଗିଲାଣି ଚାଷୀଙ୍କ ମେରୁଦଣ୍ଡ

ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।

ଅଦ୍ୟତନ ହୋଇଛି
Rain

Rain

Advertisment

ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ବଲାଙ୍ଗିର, ସୋନପୁର, ନୂଆପଡ଼ା, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ କୂଳ । ବିଶେଷକରି ଏ ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।

Advertisment

ଅଦିନିଆ ବର୍ଷାରେ ଭିଜିଲା ପୁରା ପଶ୍ଚିମ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲିଠୁ ରାଜ୍ୟର ପଶ୍ଚିମାଞ୍ଚଳରେ ମୂଶଳ ଧାରାରେ ବର୍ଷା ପରେ ପୁଣି ସମସ୍ୟାରେ ଚାଷୀ କୂଳ । ନୂଆପଡ଼ା ଜିଲ୍ଲା ଡୁଙ୍ଗୁରିପାଲି ଧାନ ମଣ୍ଡିର ଆଜିକୁ ପ୍ରାୟ ୧୦ ଦିନ ଧରି ଚାଷୀ ଏଠାରେ ଧାନ ବିକ୍ରି ପାଇଁ ପକାଇ ରଖିଥିବା ବେଳେ ୩ ଦିନ ଧରି ଏମିତି ଦାଉ ସାଧୁଛି ଲଗାଣ କୁଆପଥର ବର୍ଷା ।

ଖୋଲା ଆକାଶ ତଳେ ପଡ଼ିଥିବା ଚାଷୀର ବର୍ଷ ଯାକର ଶ୍ରମକୁ ସୁରକ୍ଷା ଦେଇଛି ପଲିଥିନ୍ । ହେଲେ ଅଧିକ ବର୍ଷା ଫଳରେ ତଳ ପାଣି ଧାନକୁ ଭିଜାଇ ଦେଇଥିବାରୁ ଧାନ ଗଜା ହେବା ସହ ରଙ୍ଗ ହରାଇବା ଆଶଙ୍କା ପରେ ଚିନ୍ତାରେ ଚାଷୀ ।

Advertisment

ସେହିଭଳି ଝାରସୁଗୁଡ଼ା ଜିଲ୍ଲା କିରିମିରା ଅଞ୍ଚଳର ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡି ଆଗରେ ଧାଡ଼ି ଲଗାଇଛନ୍ତି ଶହ ଶହ ଟ୍ରାକ୍ଟର । ଏପଟେ ଅଦିନିଆ ବର୍ଷା ଆସିଯିବା ପରେ ଉପାୟ ନପାଇ ସେହି ଗାଡ଼ି ଉପରେ ପାଲ ଟାଣି ଦେଇଛନ୍ତି ଚାଷୀ । ହେଲେ ବର୍ଷା ଥମି ନଥିବାରୁ ବିକ୍ରି ଅପେକ୍ଷାରେ ଥିବା ଧାନର ଅବସ୍ଥା କେମିତି ଥିବା ତାହା ସନ୍ଦେହରେ । କଳାହାଣ୍ଡି ଜିଲ୍ଲାର ମଣ୍ଡିଗୁଡ଼ିକରେ ବି ଅନୁରୂପ ଅବସ୍ଥା । ସୋମବାର ରାତି ଅଧରେ ହଠାତ ବର୍ଷା ଆସିଯିବା ପରେ ଚାଷୀଙ୍କ ଭରଷା ଥିଲା ଏଇ ତାର୍ପୋଲିନ୍ । ଦିନ ଦିନ ଧରି ତାରି ତଳେ ଥିବା ଧାନ ବର୍ଷା ଛାଡ଼ିବା ପରେ କିଭଳି ଅବସ୍ଥାରେ ଥିବ ତାକୁ ଆଶା ଆଶଙ୍କାରେ ଚାଷୀ ।

Heavy Rain Dhana Mandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ