Advertisment

ଜଗନ୍ନାଥ ଜମିରୁ କିଏ ଲୁଟିଛି ପଥର? ଟାକ୍ସଫୋର୍ସ ଗଠନ କରିବାକୁ ଏନଜିଟିଙ୍କ ନିର୍ଦ୍ଦେଶ

ଖଣି ଖନନ କେମିତି ବନ୍ଦ ହେବ ଓ ଏବେ ବେଆଇନ ଭାବେ ଚଳାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ଠାରୁ କ୍ଷତି ଆଦାୟ ହେବ

ଅଦ୍ୟତନ ହୋଇଛି
 Stone Mining

Stone Mining

Advertisment

ଖୋର୍ଦ୍ଧା: ଖୋର୍ଦ୍ଧା ନିଜିଗଡ଼ ତାପଂଗ ପଞ୍ଚାୟତ ଅଞ୍ଚଳରେ ୫୦୦ ଏକରରୁ ଉର୍ଦ୍ଧ୍ୱ ଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଲୁଟ ଘଟଣାକୁ ଗୁରୁତର ସହ ନେଇଛି ଏନଜିଟି। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ଏନଜିଟି। ସଚିବ, ପୋଲିସ ଡିଜି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ବୈଠକ କରି ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏହା ସହ ଚୋରିର ପରିମାଣ ସହ କ୍ଷତି ଭରଣା ଏବଂ ଖୋଳା ଯାଇଥିବା ସ୍ଥାନର ରିଷ୍ଟୋରେସନ୍ ପାଇଁ ଖର୍ଚ୍ଚ ଆକଳନ କରିବାକୁ ଏକ ଯୁଗ୍ମ କମିଟି ଗଠନ କରିବାକୁ ମଧ୍ୟ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଏହି କମିଟି ବେଆଇନ ଖଣି ଖନନ କେମିତି ବନ୍ଦ ହେବ ଓ ଏବେ ବେଆଇନ ଭାବେ ଚଳାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ଠାରୁ କ୍ଷତି ଆଦାୟ ହେବ ସେ ନେଇ କମିଟି ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିବା ପରେ ୪ମାସ ମଧ୍ୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତତ୍ ସମ୍ପର୍କିତ ରିପୋର୍ଟ ଦାଖଲ କରିବେ।

Advertisment

ଏନେଇ ଆଇନଜୀବୀ ଶଙ୍କର ପାଣି କହିଛନ୍ତି ଯେ ଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଲୁଟ ଘଟଣାକୁ ନେଇ ଏନଜିଟି ଉଦବେଗ ପ୍ରକାଶ କରିଛନ୍ତି। ସଚିବ, ପୋଲିସ ଡିଜି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ୨ ସପ୍ତାହ ମଧ୍ୟରେ ମଧ୍ୟରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅର୍ଥ ଯେଉଁ ପ୍ରଭାବଶାଳୀ ବ୍ୟକ୍ତି ଏଥିରେ ଲିପ୍ତ ରହିଛନ୍ତି, ସେମାନେ ଧରାପଡ଼ିବେ। 

Khordha NGT Stone Mining
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ