/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662623065.jpg)
Special story
ନିଜ ଗାଁ କେନାଲ ନିଜେ ସଫା କଲେ ଗ୍ରମାବାସୀ । ପ୍ରଶାସନକୁ ବାରମ୍ବାର କହିବା ପରେ ମଧ୍ୟ କିଛି ଫଳ ନ ମିଳିବାରୁ ନିଜ ଉଦ୍ୟମରେ କେନାଲ ସଫା କଲେ ଗାଁ ଲୋକେ । ମାଲକାନଗିରି ଜିଲ୍ଲା କାଲିମେଳା ଚିତ୍ରାଙ୍ଗପାଲ୍ଲୀ ଓ ବଦିଲି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଥିବା ପଟେରୁ ମୁଖ୍ୟ କେନାଲ ପୋତି ହୋଇଥିବାରୁ ସେଥିରେ ପାଣି ଆସୁନଥିଲା ।
ଫଳରେ ଶହ ଶହ ଚାଷୀଙ୍କ ବିଲରେ ଚାଷ ନହୋଇ ପଡ଼ିଆ ପଡ଼ୁଥିଲା । ୫ ଶହ ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ପାରୁନଥିଲା । ଏକଥା ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ଗାଁ ଲୋକେ । କିନ୍ତୁ ପ୍ରଶାସନ ତରଫରୁ କେନାଲର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଚାଷ ଜମି ଥାଇ ଚାଷ ହୋଇ ପାରୁନଥିଲା ।
ତେଣୁ ୩ଟି ପଞ୍ଚାୟତ ୧୦ଟି ଗାଁର ଲୋକେ ଏକାଠି ହୋଇ ନିଜେ ଏହି କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ନିଜେ କୋଡ଼ି କୋଦାଲ ଧରି କେନାଲ ସଫା କରିଛନ୍ତି । ତା ସହିତ ପ୍ରତ୍ୟେକ ପରିବାର ୫ ଶହ ଟଙ୍କା ଲେଖାଏଁ ଚାନ୍ଦା କରି କେନାଲ ସଫେଇ କାମରେ ମେସିନ ଲଗାଇଛନ୍ତି ।
ତେବେ ଏନେଇ ମୁକା କବାସୀ ନାମକ ଜଣେ ଚାଷୀ କହିଛନ୍ତି, ଅଫିସର ମାନଙ୍କୁ ବାରମ୍ବାର କହିଲେ ମଧ୍ୟ ଆମ କଥାକୁ ଗୁରୁତ୍ୱ ଦେଲେ ନାହିଁ । ଆମେ କେତେ ଆଉ ତାଙ୍କ ପାଖକୁ ଦୌଡ଼ି ଥାଆନ୍ତୁ । ତେଣୁ ଆମେ ନିଜେ ଏଥିପାଇଁ ଏକ ଯୋଜନା କରିଥିଲୁ । ହଜାରେ, ପାଞ୍ଚ ଶହ ଯାହା ପାଖରେ ଯାହା ଥିଲା ତିନି ପଞ୍ଚାୟତର ଲୋକ ଚାନ୍ଦା ଆଦାୟ କଲୁ । ଏବେ ସେହି ଟଙ୍କା ଖର୍ଚ୍ଚ କରି କାମ ଚାଲିଛି । ଆମେ ବି ନିଜେ କାମ କରୁଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)