Advertisment

ଭାବର ଠାକୁରଙ୍କ ପ୍ରତି ଅସମ୍ମାନ କରିବାକୁ କେମିତି ଗଲା କାହା ହାତ

ବଡ଼ଦାଣ୍ଡରେ ଏ ଅଭାବନୀୟ ଘଟଣାକୁ ନେଇ ତୀବ୍ର ଉଦବେଗ ପରେ ମଧ୍ୟ ସଂପୃକ୍ତ ଟେଣ୍ଟହାଉସ୍ ସଂସ୍ଥା ଏଯାଏଁ ସାମ୍ନାକୁ ଆସି ନାହାନ୍ତି।

ଅଦ୍ୟତନ ହୋଇଛି
Lord Jagannath Idol On Trolley

Lord Jagannath

Advertisment

ଜାତିର ଆରାଧ୍ୟଙ୍କ ପ୍ରତିମୂର୍ତ୍ତିକୁ ପୁଣି ଅସମ୍ମାନ। ଅପମାନ...କିଛି ମାସ ତଳେ ଜଳେଶ୍ୱର ରାଜରାସ୍ତାରେ...। ଏବେ ଖୋଦ୍ ସିଂହଦ୍ୱାର ସାମ୍ନା ପୁରୀ ବଡ଼ ଦାଣ୍ଡରେ ସେବେ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧି ଦେଇଥିଲେ। ଏବେ ପଣ୍ୟଦ୍ରବ୍ୟ ଭଳି ଚତୁର୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତିକୁ ଟ୍ରଲିରେ ଏକାଠି ବାନ୍ଧି ବୋହିଲେ... ଯେଉଁଠି ପ୍ରାଣର ଠାକୁରଙ୍କ ପାଇଁ ଭାବଭିଜା ଛଳ ଛଳ ଆଖିରେ ବଡ଼ ଦାଣ୍ଡରୁ ହିଁ ଦୁଇ ହାତ ଯୋଡ଼ି ହୋଇଯାଏ, ମୁଣ୍ଡ ନଇଁଯାଏ... କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଯାଏ ଦୁଇ ହାତ...ସେଠି , ସେଇ ଭାବର ଠାକୁରଙ୍କ ପ୍ରତି ଏ ବ୍ୟବହାର ଲାଗି କେମିତି ଗଲା କାହା ହାତ ?

Advertisment

ହେଲେ ଗତକାଲି କିନ୍ତୁ ପୁଣି ବଡ଼ଦାଣ୍ଡରେ ପୁନରାବୃତ୍ତି ହୋଇଥିଲା ଏ ଘଟଣା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏଇ ଟ୍ରଲିରେ ଏମିତି ଏକାଠି କପଡ଼ାରେ ବାନ୍ଧି ସିଂହଦ୍ୱାରରୁ ଦୋଳବେଦୀ କୋଣ ଦେଇ ନିଆଯାଉଥିବା ଦେଖାଯାଇଥିଲା ଜଣାପଡ଼ିଥିଲା, ବାଲିସାହିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପରେ ପ୍ରତିମୂର୍ତ୍ତି ସବୁକୁ ଟେଣ୍ଟହାଉସ୍‌କୁ ଫେରାଇ ନିଆଯାଉଥିଲା। ଯାହାକୁ ନେଇ ଭକ୍ତଠୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: ପୁରୀରେ ବି ମହାପ୍ରଭୁଙ୍କୁ ଅପମାନ: ଟ୍ରଲିରେ ବାନ୍ଧି ବୋହି ନେଲେ, ଭିଡିଓ ଭାଇରାଲ୍‌

Advertisment

ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ପ୍ରତି କାହିଁକି ଏଭଳି ବାରମ୍ବାର ଅସମ୍ମାନ ? ଜଳେଶ୍ୱର ଘଟଣାରେ ଯେମିତି ଟେଣ୍ଟ ହାଉସର ଦାୟିତ୍ୱହୀନତା ସାମ୍ନାକୁ ଆସିଥିଲା, ଏଠି ବି ସେଇ ସମାନ କଥା ଅଭିଯୋଗ ହେଉଛି, ସାସ୍କୃତିକ ଅନୁଷ୍ଠାନମାନେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ମଂଚରେ ବସାଇ, ଆବାହନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ତ କରୁଛନ୍ତି ହେଲେ କାର୍ଯ୍ୟକ୍ରମ ପାଇଁ ପ୍ରତିମୂର୍ତ୍ତିକୁୁ ସମ୍ମାନର ସହ କିଭଳି ନେବାଅଣା କରାଯିବ, ସେଥିପ୍ରତି ନା ଆୟୋଜକ, ନା ଟେଣ୍ଟହାଉସ୍ ସଂସ୍ଥା କାହାରି ଦାୟିତ୍ୱବୋଧ ବୋଲି କିଛି ରହୁନି। ସେଇଥିପାଇଁ ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଦୃଶ୍ୟ। ତେଣୁ ଏସବୁକୁ ଏଡ଼ାଇବାକୁ ସାଂସ୍କୃତିକ କାଯର୍ୟକ୍ରମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତି ବଦଳରେ ପ୍ରତୀକାତ୍ମକ ଭାବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ମାଳକୁ ପୂଜା କରିବାକୁ ମତ ଦେଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।

ଜଳେଶ୍ୱର ଘଟଣା ପରେ ସଂପୃକ୍ତ ଟେଣ୍ଟ ହାଉସ୍ ମାଲିକ ସେତେବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ କାନଧରି କ୍ଷମା ମାଗିଥିଲେ। ହେଲେ ବଡ଼ଦାଣ୍ଡରେ ଏ ଅଭାବନୀୟ ଘଟଣାକୁ ନେଇ ତୀବ୍ର ଉଦବେଗ ପରେ ମଧ୍ୟ ସଂପୃକ୍ତ ଟେଣ୍ଟହାଉସ୍ ସଂସ୍ଥା ଏଯାଏଁ ସାମ୍ନାକୁ ଆସି ନାହାନ୍ତି। ଅପରପକ୍ଷେ ପୁରୀ ଟେଣ୍ଟ ହାଉସ୍ ଆସୋସିଏସନ୍ କିନ୍ତୁ ଏନେଇ କ୍ଷମାପ୍ରାର୍ଥନା କରିବା ସହ ଆଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଉ ପ୍ରତିମୂର୍ତ୍ତି ଦିଆଯିବ ନାହିଁ ବୋଲି କହିଛି।

Advertisment

(ପୁରୀରୁ ପ୍ରଦୀପମହାନ୍ତି ଓ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)

Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ