Advertisment

ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

IAS Pradipta Kumar Mohapatra

IAS Pradipta Kumar Mohapatra

Advertisment

ଭୁବନେଶ୍ୱର: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ OFDCର ଅଧ୍ୟକ୍ଷ କରାଯାଇଛି।  ସେ ମାସେ ହେଲା ଛୁଟିରେ ଥିଲେ। ତେଣୁ ପ୍ରଦୀପ୍ତଙ୍କୁ ନେଇ ଚର୍ଚ୍ଚା ହେଉଥିଲା। ଏଭଳି ସ୍ଥିତିରେ ଆଜି ତାଙ୍କୁ OFDCର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। 

Advertisment

ସେହିପରି ପରାଗ ଗୁପ୍ତାଙ୍କୁ ମିଳିଛି ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ। ସେହିପରି ଆଇଏଏସ୍ ବିଜୟ ଆରୋରାଙ୍କୁ ଜିଏ ଏବଂ ପିଜି ଡିପାର୍ଟମେଣ୍ଟର ଓଏସଡି କରାଯାଇଛି।   

ସୂଚନାଯୋଗ୍ୟ, ୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

Advertisment

ତେବେ କୋଭିଡ୍ ମହାମାରୀ ରାଜ୍ୟରେ ଥମି ନଥିବାବେଳେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ଅଚାନକ ବ୍ୟକ୍ତିଗତ କାରଣ ଦର୍ଶାଇ ଲମ୍ବା ଛୁଟିରେ ଚାଲିଯିବା ଚର୍ଚ୍ଚା ହୋଇଥିଲା। ସେ ଫେରିବା ପରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇପାରେ ବୋଲି ହେଉଥିବା ଚର୍ଚ୍ଚା ମଧ୍ୟ ଆଜି ସତ ପ୍ରମାଣିତ ହୋଇଛି।

Odisha Government IAS Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ