Advertisment

ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ୍

ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ

ଅଦ୍ୟତନ ହୋଇଛି
undefined

Sumit Tapaswini

Advertisment

ଭୁବନେଶ୍ୱର: ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ, ୧୦ ହଜାର ଟଙ୍କା ଦେବେ ସୁମିତ୍। ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ। ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା। ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି। ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।ସେପଟେ ଗତକାଲି ଭରଣପୋଷଣର ୧୭ ହଜାର ଟଙ୍କାର ଚେକ୍ ନେବା ବେଳେ ତପସ୍ୱିନୀ କହିଛନ୍ତି, ଟଙ୍କା ନୁହେଁ, ତାଙ୍କୁ ଦରକାର ସ୍ୱାମୀ।   

ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନେଇ ପୂର୍ବରୁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ। ହେଲେ ସେତେବେଳେ ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ। ଏହାକୁ ନେଇ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ୍। ଆଉ ଶେଷରେ ହାଇକୋର୍ଟ ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି।

Advertisment
Marital Discord Tapaswini Sumit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ