• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  •  ଚୁକ୍ତି ଭିତ୍ତିକ ଶିକ୍ଷକ ଯଯାତି ବାରିକ ଓ ତାଙ୍କ ପତ୍ନୀଙ୍କ ନାଁରେ ତଦନ୍ତ

  • ଘଟଣା ପ୍ରଘଟ ହେବା ପରେ ଏବେ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି 

ଜାଲ୍ ସାର୍ଟିଫିକେଟ୍ ଦେଇ ସ୍ୱାମୀ-ସ୍ତ୍ରୀ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ । ମୟୂରଭଞ୍ଜ କପ୍ତିପଦା ସ୍ଥିତ  ମଝିଗଡ଼ିଆ ହାଇସ୍କୁଲର ଜଣେ ଶିକ୍ଷକ ଯଯାତି ବାରିକ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଆସିଛି ଏଭଳି କିଛି ସଂଘାତିକ ଅଭିଯୋଗ । ଗତ ୬ ବର୍ଷ ହେବ ଯଯାତି ଏଠି ଚୁକ୍ତି ଭିତ୍ତିକ ଶିକ୍ଷକ ଭାବେ କାମ କରୁଛନ୍ତି । ହେଲେ ସେ ଦେଇଥିବା ଶିକ୍ଷାଗତ ଯୋଗତ୍ୟା ଫେକ୍ ବୋଲି ଆରଟଆଇରେ ତଥ୍ୟ ମିଳିଥିବା ଅଭିଯୋଗ ହୋଇଛି ।

ଯଯାତି ଢେଙ୍କାନାଳର ଜଗନ୍ନାଥ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ ହୋଇଥିବା ସାର୍ଟିଫିକେଟ୍ ଦେଇଥିଲେ । ହେଲେ ସୂଚନା ଅଧିକାରରେ ଏପରି କୌଣସି ବ୍ୟକ୍ତି ପାସ୍ ହୋଇନଥିବା ସୂଚନା ମିଳିଛି । ସେହିପରି ତାଙ୍କ ପତ୍ନୀ ସସ୍ମିତା ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତିରେ ଏମ୍ଏ କରିଥିବା ଦର୍ଶାଇଛନ୍ତି । ହେଲେ ଏପରି କୌଣସି ଛାତ୍ରୀ ନଥିବା ଆରଟିଆଇରୁ ତଥ୍ୟ ମିଳିଛି । ଘଟଣା ପ୍ରଘଟ ହେବା ପରେ ଏବେ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଯଯାତିଙ୍କ ଗତ ବର୍ଷେ ଧରି ଦରମା ବନ୍ଦ ଥିବା ବେଳେ ପତ୍ନୀଙ୍କ ଦରମା ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଛି । ଉଭୟଙ୍କୁ ମାସକ ମଧ୍ୟରେ ସାର୍ଟିଫିକେଟ୍ ଦାଖଲ କରିବା ସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ହୋଇଛି । ଘଟଣାକୁ ନେଇ ଯଯାତି ଓ ସସ୍ମିତାଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେହପରି ନକଲି ସାର୍ଟିଫିକେଟ୍ ଦେଇ ଚାକିରୀ କରିଥିବା ଶିକ୍ଷକଙ୍କୁ ଗିରଫ କଲା ଉମରକୋଟ ପୋଲିସ୍ । ନବରଙ୍ଗପୁର ଉମରକୋଟ ବ୍ଲକ ଉମରଗାଁ ସରକାରୀ ସ୍କୁଲରେ ରବୀନ୍ଦ୍ର ସ୍ୱାଇଁ ବିଏଡ୍ ସାର୍ଟିଫିକେଟ୍ ନକଲି ଦେଇ ଚାକିରୀ କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ଯାଞ୍ଚ କରିଥିଲା ପୋଲିସ୍ ।

ତେବେ ଏହାପଛରେ କିଛି ସଂସ୍ଥା କାମ କରୁଥିବା ସୁରାକ ମିଳିଛି । କାରଣ ଛାତ୍ରଛାତ୍ରୀଙ୍କୁ ଫେକ୍ ଅନୁଷ୍ଠାନରେ ଆଡମିଶନ୍ ଦେଇ ସେମାନଙ୍କୁ ସାର୍ଟିଫିକେଟ୍ ଦିଆଯାଉଛି । ତେଣୁ ଏଦିଗରେ ତଦନ୍ତ ଆବଶ୍ୟକ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now