/odishatv-khabar/media/post_attachments/uploadimage/library/16_9/16_9_0/driver_1650258783.jpg)
driver
ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇଛନ୍ତି ହଜାର ହଜାର ଡ୍ରାଇଭର । ଦାବିପୂରଣ ନ ହେଲା ଯାଏ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଗତକିଛି ମାସ ତଳେ ସଂଘ ପକ୍ଷରୁ ମହାରାଲିର ଆୟୋଜନ କରି ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲା । ମାତ୍ର ସରକାର ଦାବିର କର୍ଣ୍ଣପାତ ନକରିବାରୁ ଆନ୍ଦୋଳନକୁ ଜୋରଦାର କରିଛି ସଂଘ ।
ଜଣେ ଆନ୍ଦୋଳନକାରୀ କହିଛନ୍ତି, ସରକାରଙ୍କ ପାଖରୁ ଆମେ ଲକ୍ଷ ଲକ୍ଷ ଟଙ୍କା ଚାହୁଁନୁ । ଡ୍ରାଇଭରଙ୍କ ସୁରକ୍ଷା, ସମ୍ମାନ ଓ ବୀମା ଦାବି କରୁଛି ସଂଘ । ଆମେ ଡ୍ରାଇଭରମାନେ ୧୦ ହଜାର ଟଙ୍କା ଟିଏଲ୍ ବନାଉଛୁ । ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାରଙ୍କ ପକ୍ଷରୁ କିଛି ମିଳୁନାହିଁ । ଡ୍ରାଇଭରମାନଙ୍କ ପାଇଁ ସରକାର ୪ ଲକ୍ଷ ଟଙ୍କା ବୀମା ଦେବା କଥା କହିଥିଲେ।
ହେଲେ ଏ ପର୍ଯ୍ୟନ୍ତ ତାହା ଘୋଷଣା ହେଲା ନାହିଁ। କୌଣସି ସ୍ଥାନରେ ଆମକୁ ମାଡ଼ ହେଲେ ଥାନାରେ ଅଭିଯୋଗ କଲେ ଥାନାବାଲା ଏତଲା ଗ୍ରହଣ କରୁ ନାହାନ୍ତି। କରୋନା ସମୟରେ ଆମେ ଦିନ ରାତି ଏକାଠି କରି କାମ କରୁଥିଲୁ। ସରକାର ପକ୍ଷରୁ ଆମକୁ କିଛି ସୁବିଧା ମିଳିଲା ନାହିଁ। ଆମେ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)