Advertisment

ପୁଣି କଡ଼ାକଡ଼ି ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ୍, ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଟଙ୍କାର ମୋଟା ଫାଇନ୍

ଯେଉଁମାନେ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଳାଉଥିଲେ ସେମାନଙ୍କ ଉପରେ କଷିଥିଲେ ମୋଟା ଅଙ୍କର ଫାଇନ୍। ଆଜି ପ୍ରଥମ ଦିନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଓ ଦ୍ବିତୀୟ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି।

HSRP number plate checking intensified in Odisha

HSRP number plate checking intensified in Odisha

Advertisment

ଆଜିଠୁ ରାସ୍ତାରେ ପୁଣି କଡ଼ାକଡ଼ି ହୋଇଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ୍। ଆଜି କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ଏ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛି ପରିବହନ ବିଭାଗ। ଫଳରେ ଆଜି ଯାଏଁ ନିଜ ଗାଡ଼ିରେ ପୁରୁଣା ନମ୍ବର ପ୍ଲେଟ୍ ବଦଳାଇନଥିବା ନିୟମ ଉଲ୍ଲଂଘନକାରୀମାନେ ଗଣିଛନ୍ତି ମୋଟା ଅଙ୍କର ଫାଇନ୍।

Advertisment

କିଛି ମାସର ବ୍ୟବଧାନ ପରେ ରାସ୍ତାକୁ ପୁଣି ଫେରିଲା ହାଇସିକ୍ୟୁରିଟିଂ ନମ୍ବର ପ୍ଲେଟ୍ ଚେକିଂ। ମୋଟର ଯାନ ନିୟମ ଉଲ୍ଲଂଘନକରାରୀଙ୍କଠାରୁ ଆଦାୟ ହେଲା ମୋଟା ଅଙ୍କର ଫାଇନ୍। ଗତ ଫେବ୍ରୁ ଆରୀ ପରଠୁ ବନ୍ଦ ଥିବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ ପ୍ରକ୍ରିୟା ପୁଣି ଜୋରଦାର କରିଛି ପରିବହନ ବିଭାଗ। ଏସଟିଏର ନିର୍ଦ୍ଦେଶ ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି କଡ଼ାକଡ଼ି ଯାଞ୍ଚ୍। ଇଏ ଭୁବନେଶ୍ବର ଉପକଣ୍ଠ ଯାଆଁଳା ନିକଟ ଜାତୀୟ ରାଜପଥର ଦୃଶ୍ୟ। ଏଠାରେ ଆଜି ପରିବହନ ବିଭାଗର ଅଧିକାରୀ ଉପସ୍ଥିତ ରହି ରାସ୍ତାରେ ଗଡୁଥିବା ସବୁ ପ୍ରକାର ଗାଡ଼ି ମୋଟର ଉପରେ କଡ଼ା ନଜର ରଖୁଥିଲେ।

ଯେଉଁମାନେ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଳାଉଥିଲେ ସେମାନଙ୍କ ଉପରେ କଷିଥିଲେ ମୋଟା ଅଙ୍କର ଫାଇନ୍। ଆଜି ପ୍ରଥମ ଦିନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଓ ଦ୍ବିତୀୟ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି। ତେବେ HSRP ବୁକିଂ କରି ମେସେଜ୍ ପାଇଥିବା ଲୋକଙ୍କୁ ଫାଇନରୁ ଛାଡ଼ ମିଳି ଯାଉଥିଲା।

Advertisment

ଏପଟେ କଟକ ଜିଲ୍ଲାର ଭିନ୍ନ ଭିନ୍ନ ୪ଟି ସ୍ଥାନରେ ନମ୍ବର ପ୍ଲେଟ୍ ଚେକିଂ କରିଛି ପରିହବନ ବିଭାଗ। ସିଡିଏ ଅଞ୍ଚଳରେ ପରିବହନ ବିଭାଗର ଏକ ଟିମ୍ ଜଗି ରହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବା ଗାଡ଼ି ଉପରେ କଡ଼ା ନଜର ରଖିଥିଲେ। ଯେଉଁମାନେ ଆଜି ପର୍ଯ୍ୟନ୍ତ ନିଜ ଗାଡ଼ିରେ ପୁରୁଣା ନମ୍ବର ପ୍ଲେଟକୁ ପରିବର୍ତ୍ତନ କରି ନାହାନ୍ତି, ସେମାନଙ୍କ ଉପରେ ପଡ଼ିଥିଲା ଜରିମାନାର ଭାରି ବୋଝ। ଏସଟିଏର ସୂଚନା ଅନୁସାରେ ରାଜ୍ୟରେ ଗଡୁଥିବା ମୋଟ ପ୍ରାୟ ୫୦ ଲକ୍ଷ ଯାନବାହନ ମଧ୍ୟରୁ ଏବେ ସୁଦ୍ଧା ୪୦ ଲକ୍ଷ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ସାରିଛି। ବାକି ପ୍ରାୟ ୧୦ ଲକ୍ଷ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲାଗି ନଥିବାରୁ ଏହା ମଧ୍ୟରୁ କିଛି ଚୋରା ଗାଡ଼ି ଡୁପ୍ଲିକେଟ୍ ନମ୍ବର ଲଗାଇ ରାସ୍ତାରେ ବୁଲୁଛନ୍ତି। ସେହିଭଳି ଗାଡ଼ିକୁ ଧରିବା ଲାଗି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ୍ ଅଭିଯାନକୁ ଆଗକୁ ଆହୁରି ତ୍ବରାନ୍ବିତ କରାଯିବ।

କଟକରେ ଚେକିଂ ବେଳେ ଏକ କାରରେ ନକଲି ହାଇସିକ୍ୟୁରିଟି ନମ୍ବର ଲାଗିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯାହାପାଇଁ କାର ମାଲିକଙ୍କୁ ୫ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ସେପଟେ ନମ୍ବର ପ୍ଲେଟ୍ ସୋରୁମ୍ ପକ୍ଷରୁ ଯୋଗାଇ ଦେଇଥିବା କାର ମାଲିକ କହିଛନ୍ତି। ତେବେ ଏଭଳି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment
HSRP Mandatory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ