Advertisment

ହାଇସିକ୍ୟୁରିଟି ନମ୍ବରକୁ ନେଇ ଏସଟିଏକୁ କଡ଼ା ତାଗିଦ ଗଲା ପରିବହନ ବିଭାଗ

ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

HSRP affixation

HSRP affixation

Advertisment

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନେଇ ସରକାରଙ୍କ ୟୁ-ଟର୍ଣ୍ଣ। ଏସଟିଏକୁ ବାଣିଜ୍ୟ ଓ ପରିବହନ ବିଭାଗର କଡ଼ା ତାଗିଦ୍। ସବୁ ଗାଡ଼ିରେ ଏଚ୍ଏସ୍ଆରପି ଲାଗିବାକୁ କେତେ ଦିନ ଲାଗିବ, ହିସାବ କର। ସେହି ଅନୁସାରେ ଏଚ୍ଏସ୍ଆରପି ଟାଇମଲାଇନ୍ ବଦଳାଅ। ଜନଅସନ୍ତୋଷ ବଢ଼ିବା ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସମସ୍ୟାକୁ ସ୍ୱୀକାର କରିଛନ୍ତି ସରକାର। ଏମିତିକି ରାଜ୍ୟ ପରିବହନ କର୍ତ୍ତୃପକ୍ଷ-ଏସଟିଏର, ଏଚ୍ଏସ୍ଆରପି ନିୟମକୁ ଖୋଲାଖୋଲି ସମାଲୋଚନା କରିଛି ପରିବହନ ବିଭାଗ।

Advertisment

 ଏସଟିଏକୁ ଚିଠି ଲେଖି ବିଭାଗ କହିଛି, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅନଲାଇନ୍ ପଞ୍ଜୀକରଣ ବେଳେ ଲୋକେ ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ସିଆମ୍ ପୋର୍ଟାଲରେ ସ୍ଲଟ୍ ବି ମିଳୁନି। ଏସବୁ ସମସ୍ୟାର ସମାଧାନ ଲାଗି ପରିବହନ କର୍ତ୍ତୃପକ୍ଷ ଉଚିତ୍ ପଦକ୍ଷେପ ନିଅନ୍ତୁ।  ପ୍ରତିଦିନ ଏଚ୍ଏସ୍ଆରପି ନିର୍ମାତାମାନେ କେତେ ପ୍ଲେଟ ତିଆରି କରୁଛନ୍ତି ଓ ସବୁ ଗାଡିରେ ଲଗାଇବାକୁ କେତେ ସମୟ ଲାଗିବ ତାର ହିସାବ କରାଯାଉ। ଏହାପରେ ସରକାରଙ୍କ ଅନୁମତି ନେଇ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧିର ପୁନଃନିର୍ଦ୍ଧାରଣ କରାଯାଉ। ସେହିପରି ହାଇସିକ୍ୟୁରିଟି ନମ୍ବର ପ୍ଲେଟଗୁଡ଼ିକ ମୋଟରଯାନ ନିୟମ-୧୯୮୯ର ଅନୁପାଳନ ହେଉଛି କା ନାହିଁ, ତାହା ସୁନିଶ୍ଚିତ କରିବାକୁ ବିଭାଗ, ଏସଟିଏକୁ ତାଗିଦ୍ କରିଛି।

ଯଦିଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଟାଇମଲାଇନ୍ ପୁନଃନିର୍ଦ୍ଧାରଣ ଲାଗି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି, କିନ୍ତୁ ଏସଟିଏ ଦ୍ୱାରା ଦିଆଯାଇଥିବା ମାସେ ଅବଧି ସରିଆସୁଥିବାରୁ ଚିନ୍ତାରେ ଲୋକେ। ମୁଖ୍ୟତଃ ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାର ନିୟମ ଲାଗୁ କରିବା ପୂର୍ବରୁ ପ୍ରଥମେ ଭିତ୍ତିଭୂମି ସଜାଡ଼ନ୍ତୁ ବୋଲି ଦାବି ଉଠିଛି। ଏମିତିକି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମିଳିବାରେ ବିଳମ୍ବ ହେଉଥିବାରୁ ଗାଡ଼ି ସୋରୁମ୍ ମାଲିକମାନେ ବି ଅସନ୍ତୋଷ ପ୍ରକାଶ କଲେଣି।

Advertisment

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସେମ୍ବେର ୩୦ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧିକୁ ମାସେ ବଢ଼ାଇଥିଲା ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଏବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପରିବହନ ବିଭାଗ ୟୁ-ଟର୍ଣ୍ଣ ମାରିବା ପରେ ଏସଟିଏ ଟାଇମଲାଇନ୍‌ରେ ପୁଣି କିି ପରିବର୍ତ୍ତନ ଆଣୁଛି, ତା ଉପରେ ନଜର।

HSRP_ISSUE_PKG_PRATIDIN

ହାଇସିକ୍ଯୁରିଟି ନମ୍ବରକୁ ନେଇ ବଢୁଛି ସରକାରଙ୍କ ଟେନ୍ସନ୍
ଭିତ୍ତିଭୂମି ଅଭାବରୁ ଲାଗିପାରୁନି ନମ୍ବର ପ୍ଲେଟ୍
ଏସ୍ଟିଏକୁ ବାଣିଜ୍ୟ ଓ ପରିବହନ ବିଭାଗର କଡ଼ା ତାଗିଦ୍
ଏଚ୍ଏସ୍ଅାର୍ପି ଟାଇମ୍ଲାଇନ୍ ବଦଳାଇବାକୁ ନିର୍ଦ୍ଦେଶ
;;;;;;;;;;;;;;;;;;;;;;;;;;;;;;;

Advertisment
HSRP Number Plate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ