Advertisment

ମାଓ କମାଣ୍ଡର ଏବେ ପୋଲିସ ଇନ୍ସପେକ୍ଟର

ଯେଉଁ ଏକେ ୪୭ ରାଇଫଲ୍‌କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ ଥିବାରୁ ପୋଲିସ୍‌ର ଗୋଟିକ ପରେ ଗୋଟିଏ ସଫଳ ଅପରେସନ୍‌ରେ ସାମିଲ ହୋଇ ମାଓବାଦୀଙ୍କୁ ଧୂଳି ଚଟାଇ ଚାଲିଲେ।

Police Commander Sanjya Potam

Police Commander Sanjya Potam

Advertisment

ମାଲକାନାଗିରି: ବଦରୁ ଓରଫ ସଂଜୟ ପୋଟାମ୍। ନକ୍ସଲ ଅଧ୍ୟୁଷିତ ଦାନ୍ତେଓ୍ୱାଡ଼ା ଓ ବସ୍ତରରେ ଏବେ ବି କାଏମ୍ ଏଇ ବଦ୍‌ରୁ ନାଁର ଆତଙ୍କ। ଫରକ୍ କେବଳ ଏତିକି, କେବେ ଦୁର୍ଦ୍ଦାନ୍ତ ମାଓବାଦୀ ବଦ୍‌ରୁ ନାଁରେ ଥିଲା, ଆଉ ଆଜି ମାଓବାଦୀଙ୍କ ଭିତରେ ଛତିଶଗଡ଼ ପୋଲିସ୍‌ର ଅଧିକାରୀ ବଦ୍‌ରୁଙ୍କ ନାଁରେ। ସେଦିନ ପୋଲିସ୍ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍ ଥିବା ଟପ୍ ମାଓନେତା ବଦ୍‌ରୁ ପରିବର୍ତ୍ତିତ ପରିସ୍ଥିତିରେ ଏବେ ଡିଆର୍‌ଜି ଯବାନଙ୍କୁ ଦେଉଛନ୍ତି ଗରିଲା ଟ୍ରେନିଂ, ମାଓବାଦୀଙ୍କ ସହ ଲଢ଼ିବାର ନୂଆ କୌଶଳ।

Advertisment

ତେବେ ମାଓକମାଣ୍ଡରରୁ ପୋଲିସ୍ ଇନ୍‌ସପେକ୍ଟର ଯାଏ ବଦ୍‌ରୁଙ୍କ ଏ ପ୍ରେରଣାଦାୟୀ ଯାତ୍ରାର କାହାଣୀଟି କିଛି ଏମିତି। ଦିନେ ଛତିଶଗଡ଼ ଦରଭା ଡିଭିଜନ୍‌ର ମାଓ କମାଣ୍ଡର ଥିବା ବଦ୍‌ରୁ ପୋଲିସ୍ ପାଇଁ ଆତଙ୍କ ସାଜିଥିଲା ମୁଣ୍ଡ ଉପରେ ବି ଥିଲା ୫ ଲକ୍ଷର ପୁରସ୍କାର, ହେଲେ ପରିବର୍ତ୍ତିତ ସ୍ଥିତିରେ ମାଓ ସଂଗଠନ ତା ମୂଳ ଆଦର୍ଶରୁ ବିଚ୍ୟୁତ ହୋଇଥିବା ହୃଦୟଙ୍ଗମ କରି ସଂଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ଛତିଶଗଡ଼ ପୋଲିସ୍‌ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୨୦୧୩ରେ ଦନ୍ତେଓ୍ୱାଡ଼ା ପୋଲିସ୍ ଆଗରେ ଆତ୍ମସମର୍ପଣ କଲେ। ବଦ୍‌ରୁ ଉଦ୍ଦେଶ୍ୟ ଥିଲା ବସ୍ତର ଅଞ୍ଚଳରୁ ମାଓବାଦୀଙ୍କୁ ମୂଳପୋଛ କରିବା।

ପୋଲିସ୍‌ର ସମର୍ଥନ ଓ ସହଯୋଗରେ ନକ୍ସଲ କମାଣ୍ଡରରୁ ପୋଲିସ୍‌ର ଗୁପ୍ତ ସୈନିକ ହେଲେ ସଂଜୟ। ଆଉ ଯେଉଁ ଏକେ ୪୭ ରାଇଫଲ୍‌କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ ଥିବାରୁ ପୋଲିସ୍‌ର ଗୋଟିକ ପରେ ଗୋଟିଏ ସଫଳ ଅପରେସନ୍‌ରେ ସାମିଲ ହୋଇ ମାଓବାଦୀଙ୍କୁ ଧୂଳି ଚଟାଇ ଚାଲିଲେ।

Advertisment

ନିଜେ ଚଢ଼ିଚାଲିଲେ ସଫଳତାର ଗୋଟିକ ପରେ ଗୋଟିଏ ପାହାଚ ୫ ବର୍ଷରେ ପାଞ୍ଚ ପାଞ୍ଚଟି ପ୍ରମୋସନ୍ ସାଧାରଣ ସିପାହୀରୁ ବନିଗଲେ ପୋଲିସ୍ ଇନ୍ସପେକ୍ଟର।ଏପରିକି ଦାନ୍ତେଓ୍ୱାଡ଼ା ଜିଲ୍ଲାରେ ୫୦ରୁ ଅଧିକ ମାଓ ବିରୋଧୀ ଅପରେସନ୍‌ରେ ସାମିଲ ହୋଇ ୧୦୦ରୁ ଅଧିକ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରିବାରେ ସଫଳ ହୋଇଛନ୍ତି ସଂଜୟ। ସଂଜୟଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଛତିଶଗଡ଼ ପୋଲିସ୍ ମେଡାଲ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏବେ ରାଷ୍ଟ୍ରପତି ମେଡାଲ୍ ପାଇଁ ତାଙ୍କ ନାଁକୁ ସୁପାରିଶ ବି କରାଯାଇଛି। ସଂଜୟ ଏବେ ମାଓବିରୋଧୀ ଅପରେସନ୍‌ରେ ସ୍ଥାନୀୟ ଡିଆର୍‌ଜି ଯବାନଙ୍କ ଟିମ୍‌କୁ ଲିଡ୍ କରୁଛନ୍ତି। ଅଞ୍ଚଳକୁ ମାଓଆତଙ୍କରୁ ମୁକ୍ତି ଦେବାର ସ୍ୱପ୍ନ ନେଇ ପୋଲିସ୍ ସହ ଆଗକୁ ବଢୁଛନ୍ତି।

ରିପୋର୍ଟ: ଜିତେନ୍ଦ୍ର ବେଉରା

Odisha Police Naxal Mao Commander
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ