Advertisment

ମନ୍ତ୍ରୀଙ୍କ ଅଞ୍ଚଳରେ ନାହିଁ ବିଜୁଳି; ଗରିବ ଆଦିବାସୀ ଅନ୍ଧାରରେ ଆଉ କେତେଦିନ ?

ସନ୍ଧ୍ୟା ହେଲେ ଅନ୍ଧାର ରାଜ୍ । ରାୟଗଡ଼ା ଜିଲ୍ଲାରେ ଆଜି ବି ଲୋକ ବିଜୁଳି ଯୋଗାଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ , ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାସଭବନ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଚାଞ୍ଚଡ଼ାମୁଣ୍ଡୀ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢା ସାରି ଦିଅନ୍ତି ।

ଅଦ୍ୟତନ ହୋଇଛି
How long will the poor tribals remain in the dark?

How long will the poor tribals remain in the dark?

Advertisment

ଆଦିବାସୀଙ୍କ ବିକାଶ ନିମନ୍ତେ ସରକାର ମାଳମାଳ ଯୋଜନା କରୁଛନ୍ତି ସତ, ହେଲେ ଆଜି ବି ଆଦିବାସୀଙ୍କ ନିକଟରେ ବିଜୁଳି ସାତସପନ l ବର୍ଷ ପରେ ବର୍ଷ ବିତିଯାଉଥିଲେ ସୁଦ୍ଧା ବିଦ୍ୟୁତ୍ ସେବାରୁ ବଞ୍ଚିତ ଆଦିବାସୀ ଜନତା l ଏମିତି କି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଝିଗିଡି ପଞ୍ଚାୟତର ଚାଞ୍ଚଡାମୁଣ୍ଡୀ ଗାଁରେ ଲୋକଙ୍କ ଲାଗି ବିଜୁଳି ସାତସପନ ।

Advertisment

ସନ୍ଧ୍ୟା ହେଲେ ଅନ୍ଧାର ରାଜ୍ । ରାୟଗଡ଼ା ଜିଲ୍ଲାରେ ଆଜି ବି ଲୋକ ବିଜୁଳି ଯୋଗାଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ , ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାସଭବନ ଠାରୁ ୨ କିଲୋମିଟର ଦୂରରେ ଥିବା ଚାଞ୍ଚଡ଼ାମୁଣ୍ଡୀ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢା ସାରି ଦିଅନ୍ତି । ଆଉ ସନ୍ଧ୍ୟାପରେ ଏଠି ଅନ୍ଧାରରେ ରାତି ବିତାଉଛନ୍ତି ଲୋକେ । ବିଜୁଳି ଯୋଗାଣ ଲାଗି ଅନେକବାର ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ଏଠାକାର ଲୋକେ । ହେଲେ ଲୋକଙ୍କ ମୌଳିକ ସୁବିଧା ଏଟି ଆଜି ବି ଅପହଞ୍ଚ ।

ମନ୍ତ୍ରୀଙ୍କ ଅଞ୍ଚଳର କେବଳ ଏହି ଗୋଟିଏ ଗ୍ରାମ ନୁହଁ , ବିଷମକଟକ ନିର୍ବାଚନମଣ୍ଡଳିର ଡୁକୁମ ପଞ୍ଚାୟତର ଗଗନମତି ଓ ନାରୀଙ୍ଗପୋଙ୍ଗା ଗ୍ରାମରେ ମଧ୍ୟ ସମାନ ଅବସ୍ଥା l ଦୀର୍ଘବର୍ଷ ହେବ ବିଜୁଳି ବ୍ୟବସ୍ତା ନଥିବାରୁ ସଞ୍ଜ ହେଲେ ଗାଁରେ ତାଟିକବାଟ ପଡେ l କେବଳ ବିଜୁଳି ସମସ୍ୟା ରହିଛି ତାହା ନୁହେଁ ଗଗନମତି ଗାଁକୁ ଯିବାକୁ ରାସ୍ତା ନଥିବାରୁ ଲୋକେ ବର୍ଷବର୍ଷ ଧରି ନାନା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି ।

Advertisment

ଆଦିବାସୀଙ୍କ ଲାଗି ନାନା ଯୋଜନା ହେଉଛି, ହେଲେ ଆଦିବାସୀ କଲ୍ୟାଣମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦୀପତଳ ଅନ୍ଧାର ଭଳି ସ୍ଥିତି ବୟାନ କରୁଛି ଯେ ଲୋକଙ୍କୁ କେତେ ମୌଳିକ ସୁବିଧା ମିଳୁଛି।

(ବିଷମକଟକରୁ ଗୌରୀପାତ୍ରଙ୍କ ରିପୋର୍ଟ)

Electricity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ