Advertisment

ଟ୍ୱିଟର୍‌ରେ ଆସିପାରେ ଏହିପରି ବଡ ପରିବର୍ତ୍ତନ, ଜାଣନ୍ତୁ..

ଟ୍ୱିଟର କିଣିବା ପରେ ଏହାର କାୟା ପରିବର୍ତ୍ତନ କରିବାକୁ ଚାହୁଛନ୍ତି ନୂଆ ମାଲିକ ଏଲନ ମସ୍କ। ଏବେ ଟ୍ୱିଟରରେ ଆରମ୍ଭ ହେବାକୁ ଯାଉଛି ମସ୍କ ଯୁଗ । ଟ୍ୱିଟରର ମାଲିକାନା ହାତେଇବା ପରେ ୟୁଜର୍ସଙ୍କ ଡିମାଣ୍ଡ ଗୋଟିଏ ପରେ ଗୋଟିଏ ପୂରଣ କରିବାକୁ ଆରମ୍ଭ କରିଛନ୍ତି ମସ୍କ ।

author-image
Otv Khabar Bureau
undefined

Elon Musk to acquire Twitter

ଟ୍ୱିଟରକୁ କିଣିବା ପରେ ଏହାର ଫିଚରରେ କିଛି ପରିବର୍ତ୍ତନ ଆଣିବାକୁ ଚାହିଁଛନ୍ତି ଏଲନ ମସ୍କ। ତାଙ୍କର ଚିନ୍ତାଧାରାକୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିବେଶ କରିବାକୁ ସେ ଚାହୁଁଛନ୍ତି। ସେଥିପାଇଁ ସେ ଟ୍ୱିଟରରେ ଭୋଟିଂ ପୋଲ ମଧ୍ୟ ଆରମ୍ଭ କରିଛନ୍ତି । ୪୪ ଲକ୍ଷ ୟୁଜର୍‌ ଭୋଟ୍ ଦେଇଥିବାର ଦେଖିବାକୁ ମିଳିଛି । ସେଥିରୁ ୭୫ ପ୍ରତିଶତ ଲୋକ ଏଡିଟ୍ ଅପସନ ରହିବା ସପକ୍ଷରେ ରହିଛନ୍ତି ।

Advertisment

ଏଡିଟ୍ ବଟନ:

ପ୍ରଥମତଃ ଟ୍ୱିଟ୍‌ରରେ ଏଡିଟ୍ ବଟନ ରହିବା ସପକ୍ଷରେ ଏଲନ୍‌ ମସ୍କ ମତ ଦେଇଛନ୍ତି। ଫଳରେ କୌଣସି କଥା ଟ୍ୱିଟ୍ ପରେ ଏହାକୁ ଏଡିଟ୍ କରିବା ସୁବିଧା ରହିବା ଦରକାର ବୋଲି ମସ୍କ ଚାହାନ୍ତି। ଏଣୁ ସେ ଏଥିରେ ପରିବର୍ତ୍ତନ ଆଣି ଏଡିଟ୍ ଅପସନ ରଖିବେ ବୋଲି ସୂଚନା ମିଳିଛି। ଏନେଇ ଟ୍ୱିଟରରେ ସେ ଭୋଟିଂ ପୋଲ ମଧ୍ୟ ଆରମ୍ଭ କରିଛନ୍ତି । ୪୪ ଲକ୍ଷ ୟୁଜର ଭୋଟ୍ ମଧ୍ୟ ଦେଇଛନ୍ତି । ସେଥିରୁ ୭୫ ପ୍ରତିଶତ ଲୋକ ଏଡିଟ୍ ଅପସନ ରହିବା ସପକ୍ଷରେ ରହିଥିଲେ ।

ଆଡ୍‌ସ ଆଣ୍ଡ ବଟ୍‌ସ:

ସେହିପରି ଟ୍ୱିଟରରେ ଆଡ୍ସ ଆଣ୍ଡ ବଟ୍ସ ନ ରଖିବାକୁ ମସ୍କ ଚାହାନ୍ତି । ଅର୍ଥାତ ଅଯଥା ବିଜ୍ଞାପନ ଓ ସ୍ପାମ ଲିଙ୍କ ଯେପରି ନ ଆସିବ, ସେନେଇ ମସ୍କ ଟ୍ୱିଟରରେ ପରିବର୍ତ୍ତନ ଆଣିପାରନ୍ତି । ମସ୍କ ଟ୍ୱିଟରରେ ବିଜ୍ଞାପନର ପ୍ରଶଂସକ ନୁହଁନ୍ତି । ତାଙ୍କ କହିବାନୁଯାୟୀ ଏହି ବିଜ୍ଞାପନ କମ୍ପାନୀଗୁଡ଼ିକୁ ସାଇଟ୍‌ ଉପରେ ଅଧିକ ଶକ୍ତିଶାଳୀ ହୋଇଥାଏ ।

Advertisment

ଆଲଗୋରିଦିମ୍‌ :

ଟ୍ୱିଟରର ଆଲଗୋରିଦିମ୍‌ରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ସେ ଇଛା ପ୍ରକାଶ କରିଛନ୍ତି । ଅର୍ଥାତ ଟ୍ୱିଟରର ଫିଚରରେ ପରିବର୍ତ୍ତନ ଆଣି ୟୁଜରମାନଙ୍କୁ ଅଧିକ ଫଟୋ ଅପଲୋଡ୍,ଅଧିକ ତଥ୍ୟ ଉପସ୍ଥାପନ ଭଳି ବ୍ୟବସ୍ଥା କରାଇବା ସପକ୍ଷରେ ମସ୍କ ଅଛନ୍ତି । ଟ୍ୱିଟର ବ୍ୟବହାର କରୁଥିବା ଆଲଗୋରିଦମରେ ପରିବର୍ତ୍ତନ ଆଣିବା ଦ୍ୱାରା, ସମସ୍ତ ପ୍ଲାଟଫର୍ମରେ ଥିବା ଲୋକମାନେ ଜାଣିପାରିବେ ଯେ ଟ୍ୱିଟର କାହାକୁ ପ୍ରୋତ୍ସାହନ ଦେଉଛି ଆଉ କାହାକୁ ଦେଉନାହିଁ ।

ଟ୍ୱିଟର୍‌ରେ ସ୍ୱଚ୍ଛତା :

ଟ୍ୱିଟର୍‌ରେ ଅନେକ ସ୍କାମର୍‌ ଛଦ୍ମବେଶ ଧାରଣ କରି ଲୋକଙ୍କୁ କ୍ଷତିଗ୍ରସ୍ତ କରୁଥିଲେ । ଯେପରିକି ୨୦୨୦ ରେ କ୍ରିପ୍ଚୋକରେନ୍ସି ମାଧ୍ୟମରେ ହୋଇଥିବା ୨ ମିଲିୟନ ଡଲାରରୁ ଅଧିକ ସ୍କାମ୍‌ । ତେବେ ସେ ସାଇଟ୍‌କୁ ସ୍ୱଚ୍ଛ ଓ ସଫା କରିବାକୁ ଚାହାଁନ୍ତି ।

ୟୁଜର୍ସଙ୍କୁ ମିଳିବ ଅଧିକ ସ୍ୱାଧିନତା :

ମସ୍କଙ୍କ କହିବାନୁଯାୟୀ ଟ୍ୱିଟର୍‌ରେ ୟୁଜର୍ସ ମାନେ ଖୋଲାଖୋଲି ଭାବେ ନିଜର ମତାମତ ରଖିପାରୁନାହାନ୍ତି । ଟ୍ୱିଟରର ଫିଚରରେ ପରିବର୍ତ୍ତନ ଆଣି ୟୁଜର୍ସମାନଙ୍କୁ ଅଧିକ ଫଟୋ ଅପଲୋଡ୍, ଅଧିକ ତଥ୍ୟ ଉପସ୍ଥାପନ ଭଳି ବ୍ୟବସ୍ଥା କରାଇବା ସପକ୍ଷରେ ରହିଛନ୍ତି ମସ୍କ ।

Twitter Elon Musk
Advertisment
Advertisment