• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଜ୍ୟାକ ଲାଗିଲା, ଘର ଉଠିଲା

  • ଭୋଗରାଇରେ ପ୍ରଥମ

ତଳିଆ ଅଞ୍ଚଳରେ ଘର କରଛନ୍ତି କି? ଆଉ ଭାଙ୍ଗିବାକୁ ପଡିବ ନାହିଁ। କାରଣ ଆସି ଯାଇଛି ନୂଆ ଟେକ୍ନୋଲୋଜି। ଜ୍ୟାକ ଲଗାଇ ଉଠାଇ ହେଉଛି ଘର। କଥାଟା ବିଶ୍ୱାସ ନ ହେଲେ ବି ସତ। ଭୋଗରାଇ ବ୍ଲକର ଉଲୁଡା ଗ୍ରାମରେ ଥିବା ଏକ ଘରକୁ ଜ୍ୟାକ ସାହାଯ୍ୟରେ ଉଠାଯାଉଛି। ଆଉ ଏଥିପାଇଁ ଖର୍ଚ୍ଚ ହେବ ୭ ଲକ୍ଷ ଟଙ୍କା।

ବାଲେଶ୍ଵର ଜିଲ୍ଲା ଭୋଗରଇ ବ୍ଲକର ଥିବା ୨ ମହଲା ଘରଟି ଏବେ ଖୁବ ଚର୍ଚ୍ଚlରେ ।କାରଣ ଉପରକୁ ଉଠୁଛି ଏହି ଘର। କଥାଟା ଠିକ ବୁଝା ପଡୁନି ନା । ଅସଲ କଥା ହେଲା ବିନା ଭଙ୍ଗାରେ ୨ ମହଲା କୋଠା ଘରଟିକୁ ତଳୁ ଆଉ ୪ ଫୁଟ ଉଠାଯାଉଛି। ଫାଉଣ୍ଡେସନ ସ୍ଥାନରେ ଧାଡି ଧାଡି ଲାଗିଛି ୧୫୦ଟନ୍ କାପାସିଟର ୧୦୦ ରୁ ଅଧିକ ଲୁହା ଜ୍ୟାକ। କାମରେ ଲାଗିଛନ୍ତି ବିହାରରୁ ଆସି ଥିବା ୧୬ ଜଣ ଶ୍ରମିକ। ଧୀରେ ଧୀରେ ୨ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ଠିକାଦାର । ତେବେ ଏଠାରେ କାମ କରୁଥିବା ଶ୍ରମିକମାନଙ୍କ ପାଖରେ କୌଣସି ଇଂଜିନିୟରିଂ ଡିଗ୍ରୀ ନାହିଁ ସତ କିନ୍ତୁ ଅଛି ଦୀର୍ଘଦିନର ଅଭିଜ୍ଞତା। ଯାହା ଫଳରେ ସେମାନେ ଘର ଉଠାଇବାରେ ବ୍ୟସ୍ତ ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କାହିଁକି ଉଠା ଯାଉଛି ୧୫ ବର୍ଷ ତଳର ଏ ଦୁଇ ମହଲା କୋଠା? ମାଲିକଙ୍କ କହିବା ଅନୁସାରେ ରାସ୍ତା କାମ ଯୋଗୁ ୯ ଫୁଟ୍ ତଳେ ରହି ଯାଇଛି। ଆଉ ବର୍ଷା ହେଲେ ଅଣ୍ଟାଏ ପାଣି ପଶୁଛି । ତେଣୁ ଘର ଭାଙ୍ଗି ଆଉ ଥରେ ତିଆରି କରିବା ପାଇଁ ସମସ୍ତେ କହୁ ଥିଲେ। ହେଲେ youtube ଦେଖି ସେ ହରିୟାଣାରୁ ୧୫ ଜଣ ମିସ୍ତ୍ରୀ ଆଣି ଦିନ ରାତି ସେ କାମ କରୁଛନ୍ତି । ପ୍ରାୟ ତିନି ଫୁଟ ଉଠି ଗଲାଣି ଘର। ଆଉ ମାତ୍ର ଗୋଟିଏ ଫୁଟ ଉଠିବାକୁ ବାକି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘର ଜ୍ୟାକ୍‌ ସାହାଯ୍ୟରେ ଉଠୁଛି କିନ୍ତୁ ଘରେ ରହୁଥିବା କାହାର କିଛି ଅସୁବିଧା ହେଉନାହିଁ। ସୂଚନା ଅନୁସାରେ, ଘର ନ ଭାଙ୍ଗି ଉପରକୁ ଉଠାଯିବା ଘଟଣା ଭୋଗରଇରେ ପ୍ରଥମ ବୋଲି କୁହାଯାଉଛି ।