Advertisment

ଘର ଦେଲେ ପ୍ରଧାନମନ୍ତ୍ରୀ, ତୁମେ କାଇଁ ମାରୁଛ ମୁଖ୍ୟମନ୍ତ୍ରୀଙ୍କ ଫଟୋ

କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ।

ଅଦ୍ୟତନ ହୋଇଛି
Argue with House Owner

Argue with House Owner

Advertisment

ବରଗଡ଼: ପ୍ରଧାମମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘରର ୩ ହଜାର ଟଙ୍କା ସହାୟତା ପୋଷ୍ଟର ଲଗାଇବା ବେଳେ ପଞ୍ଚାୟତ ଅଧିକାରୀ ଓ ଘର ମାଲିକ ମୁହାଁମୁହିଁ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବଡ଼ସାହାଜବାଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କଥା କଟାକଟି।

Advertisment

ଗ୍ରାମର ଶିବ ସାହୁ ୨୦୧୯-୨୦୨୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଥିଲେ। ହେଲେ ଦୁଇ ଜଣ ପଞ୍ଚାୟତ କର୍ମଚାରୀ ତାଙ୍କ ଘର ଆଗରେ ମୁଖ୍ୟମନ୍ତ୍ରୀ ଘର ସହାୟତା ରାଶି ପୋଷ୍ଟର ମାରିବା ବେଳେ ଘର ମାଲିକଙ୍କ ପୁଅ ବିରୋଧ କରିଥିଲେ।

ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।  ଯଦି ପ୍ରଧାନମନ୍ତ୍ରୀ ସହାୟତା ଦେଉଛନ୍ତି, ତାହାହେଲେ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ଲଗାଯାଉଛି।  ସହାୟତା ରାଶି ମିଳିନଥିବା ବେଳେ କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ। ସେପଟେ ଏ ନେଇ ବିଡିଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Advertisment
Baragada CM Poster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ