Advertisment

ଏପଟେ ବଢ଼ୁଛି ତାତି, ସେପଟେ ପାୱାର କଟ୍‌: ରାତି ୧୧ଟାରୁ କଟିଲା, ଭୋର ୪ଟାରେ ଆସିଲା

ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ୍ ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌କୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Hours Of Power Outage In Bhubaneswar

Hours Of Power Outage In Bhubaneswar

Advertisment

ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ୍ ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଗତକାଲି ରାତିରେ ରାଜଧାନୀର ୧ ନମ୍ବର ୱାର୍ଡରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌କୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟୁତ୍‌ ନଥିବାକୁ ରାତି ତମାମ ଗରମ ଗୁଳୁଗୁଳିରେ ହିନସ୍ତା ହୋଇଥିଲେ ରାଜଧାନୀବାସୀ। 

Advertisment

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ରାତି ୧୧ଟାରୁ ବିଦ୍ୟୁତ୍‌ କଟିବା ପରେ ଭୋର ୪ଟାରେ ଆସିଥିଲା। ଏନେଇ ପୂର୍ବରୁ କୌଣସି ଘୋଷଣା କରାଯାଇନଥିଲା। ତେବେ ଏନେଇ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସେପଟେ ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ରାଜ୍ୟ। ଜଳୁଛି ପଶ୍ଚିମ ଓଡ଼ିଶା। ଗତକାଲି ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହୋଇଥିବା ବେଳେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ୮ ଜିଲ୍ଲାକୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment

ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାରେ ଗୁଳୁଗୁଳି ଅଧିକ ହନ୍ତସନ୍ତ କରୁଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏମିତି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୂଚନାଥାଉ କି, ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଗତ ମାସରେ ସୂଚନା ଦେଇଥିଲେ। ସେ କହିଥିଲେ, 'ମୁଁ ପ୍ରତିଶ୍ରୁତି ଦେଉଛି, ଏ ବର୍ଷ ପାୱାର କଟ୍‌ ହେବନି। ଗ୍ରାମାଞ୍ଚଳରେ ବି ବିଦ୍ୟୁତ୍‌ କାଟ୍‌ ହେଉନି, ଯାନ୍ତ୍ରିକ ତ୍ରୁଟି ପାଇଁ ହୁଏତ ବିଦ୍ୟୁତ୍‌ କାଟ୍‌ କରାଯାଉଥିବ।

Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ