Advertisment

ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଫେରାଇଦେଲେ ଆମ୍ବୁଲାନ୍ସ ଡ୍ରାଇଭର

ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆମ୍ୱୁଲାନ୍ସ ଡ୍ରାଇଭର

ଆମ୍ୱୁଲାନ୍ସ ଡ୍ରାଇଭର

Advertisment

ଫୁଲବାଣୀ: ଫୁଲବାଣୀ ସହରର ଜଣେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଦେଖାଇଛନ୍ତି ମହାନତା। ୧୦୮ ଆମ୍ବୁଲାନ୍ସରେ ଜଣେ ବୃଦ୍ଧ ନିଜର ଏକ ବ୍ୟାଗକୁ ଛାଡ଼ିଦେଇଥିବା ବେଳେ ସେହି ବ୍ୟାଗକୁ ଡ୍ରାଇଭର ଜଣକ ସୁରକ୍ଷିତ ଭାବେ ରଖିବା ସହିତ ସେହି ବୃଦ୍ଧ ବ୍ୟକ୍ତିଙ୍କ ଠିକଣା ଜାଣିବା ପରେ ତାଙ୍କୁ ଡ଼କାଇ ତାଙ୍କ ବ୍ୟାଗକୁ ଫେରାଇଛନ୍ତି।ବ୍ୟାଗରେ ବୃଦ୍ଧ ବ୍ୟକ୍ତିଙ୍କ ୬ ହଜାର ଟଙ୍କା, ଆଧାର କାର୍ଡ଼, ଘର ପଟ୍ଟା ଏବଂ କିଛି ମୂଲ୍ୟବାନ ଦସ୍ତାବିଜ ପ୍ରଭୃତି ରହିଥିଲା।

Advertisment

ସୂଚନା ଅନୁସାରେ, ବୃଦ୍ଧ ବ୍ୟକ୍ତିଙ୍କ ନାମ ଦେବାର୍ଜନ କୁଦେଇ। ତାଙ୍କ ଘର ବଳସକୁମ୍ପା ପଞ୍ଚାୟତର ନୁଆସାହିରେ। ସେ ଗତ ୧୬ ତାରିଖ ଦିନ ଫୁଲବାଣୀର ଏକ ବ୍ୟାଙ୍କକୁ ଆସି ତାଙ୍କ ଜମା ଖାତାରୁ ୬ ହଜାର ଟଙ୍କା ଉଠାଇଥିଲେ। ତାପରେ ସେହି ଟଙ୍କାକୁ ନେଇ ସେ ନିଜ ଘର ଅଭିମୁଖେ ବାହାରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଥିଲା, ତେଣୁ କିଛି ଲୋକ ୧୦୮ ଆମ୍ବୁଲାନ୍ସକୁ ଡ଼କାଇଥିଲେ। ସେଥିରେ ବୃଦ୍ଧ ବ୍ୟକ୍ତି ଜଣକ ଫୁଲବାଣୀ ମେଡିକାଲକୁ ଆସିଥିଲେ ଏବଂ ଚିକିତ୍ସିତ ହୋଇ ନିଜ ଘରକୁ ପଳାଇଥିଲେ।

କିନ୍ତୁ ତାଙ୍କ ବ୍ୟାଗଟି ୧୦୮ ଆମ୍ବୁଲାନ୍ସରେ ରହିଯାଇଥିଲା, ଯାହାକୁ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ସୁନୀଲ କୁମାର ସାହୁ ପାଇଥିଲେ ଏବଂ ବ୍ୟାଗଟି ବୃଦ୍ଧ ବ୍ୟକ୍ତିଙ୍କ ବୋଲି ଜାଣିପାରି ବ୍ୟାଗଟିକୁ ୧୦୮ ଆମ୍ବୁଲାନ୍ସର ଜିଲ୍ଲା କୋର୍ଡିନେଟରଙ୍କୁ ରଖିବା ପାଇଁ ଦେଇଥିଲେ। ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଘର ଠିକଣା ଜାଣିବା ପରେ ତାଙ୍କୁ ଫୁଲବାଣୀ ଡ଼କାଇ ସେହି ବ୍ୟାଗକୁ ବୃଦ୍ଧ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଦେଇଛନ୍ତି।

Advertisment

ତେବେ ହଜିଯାଇଥିବା ବ୍ୟାଗକୁ ପାଇ ବୃଦ୍ଧ ବ୍ୟକ୍ତି ଜଣକ ଖୁସି ବ୍ୟକ୍ତ କରିବା ସହିତ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏହି ମହାନତା ଏବଂ ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଲୋଭର ବଶବର୍ତ୍ତୀ ନହୋଇ ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ ବ୍ୟାଗ ଫେରାଇଥିବା ଡ୍ରାଇଭର ଜଣକ କହିଛନ୍ତି ଏହା ତାଙ୍କ କର୍ତ୍ତବ୍ୟ।

Help Ambulance Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ