Advertisment

ଦେବଦୂତ ସାଜି ଯୁବକଙ୍କୁ ଉଦ୍ଧାର କଲେ ହୋମଗାର୍ଡ

ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଦେବଦୂତ ସାଜିଲେ ହୋମଗାର୍ଡ। ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛନ୍ତି ସେଠାରେ ଡ୍ୟୁଟି କରୁଥିବା ଜଣେ ହୋମଗାର୍ଡ  ।

ଅଦ୍ୟତନ ହୋଇଛି
ଦେବଦୂତ ସାଜି ଯୁବକଙ୍କୁ ଉଦ୍ଧାର କଲେ ହୋମଗାର୍ଡ

homeguard saves live

Advertisment

ବ୍ରହ୍ମପୁର: ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଦେବଦୂତ ସାଜିଲେ ହୋମଗାର୍ଡ।  ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କଲେ ସେଠରେ ଡ୍ୟୁଟି କରୁଥିବା ହୋମଗାର୍ଡ  । ଏଥିପାଇଁ ହୋଗଗାର୍ଡଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ଏମିତି ଏକ ଘଟଣା ଘଟିଛି ଗଞ୍ଜମ ଜିଲ୍ଲା ଗୋପାଳପୁର ବେଳାଭୂମିରେ।

Advertisment

ଘଟଣା ଗତକାଲି ଅପରାହ୍ନର। ଅପରାହ୍ନରେ ପୁରୁଷୋତ୍ତମପୁର ଆଚୁଲି ଅଂଚଳର ସାଗର ମଣ୍ଡଳ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍‌  ଅସାବଧାନତା ବଶତଃ ସମୁଦ୍ର ଭିତରକୁ ଚାଲିଗଲେ। ଚାହୁଁ ଚାହୁଁ ପ୍ରାୟ ଶହେ ମିଟର ଦୁରକୁ ଚାଲି ଯାଇଥିଲେ। ଗୋପାଳ ପହଁରା ଜଣି ନ ଥିଲେ। ତେଣୁ ସମୁଦ୍ରର ଉଚ୍ଚ ଲହଡ଼ି ଭାଙ୍ଗି ସେ ବାହାରକୁ ଆସିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।  ଏହି ସମୟରେ ସମୁଦ୍ର କୂଳରେ କାର୍ଯ୍ୟରତ ହୋମଗାର୍ଡଙ୍କ ନଜରରେ ଏହା ପଡିଥିଲା ।

Advertisment

ହୋମଗାର୍ଡ ଚିଟି ବାବୁ କାଳ ବିଳମ୍ବ ନ କରି ଏକ ଲାଇଫ ସେଭିଂ ଟ୍ୟୁବରେ  ସମୁଦ୍ର ଭିତରକୁ ଯାଇ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ସମସ୍ତେ ପ୍ରଂଶସା କରିଛନ୍ତି ।

Odisha Youth Drowing Gopal Pur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ