ଆସନ୍ତା ୨୩ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ୍ । ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବାନେଇ ସୂଚନା ଦିଆଯାଇଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ତେଣୁ ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିଯୋଗୁଁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ । ତେଣୁ ଏନେଇ ଜନସାଧାରଣକୁ ଆଗୁଆ ସତର୍କ କରାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।