• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୀରାକୁଦ ଡ୍ୟାମରେ ସୃଷ୍ଟି ଫାଟ ଜଳଭଣ୍ଡାରର ସ୍ଥାୟୀତ୍ୱ ପ୍ରତି ସୃଷ୍ଟି କରିବ କି ବିପଦ ? ହଇଚଇ ସୃଷ୍ଟି କରିଛି ମହାନଦୀ ଅବବାହିକା । ମୁଖ୍ୟଯନ୍ତ୍ରୀଙ୍କୁ ଡ୍ୟାମ୍ ସେଫ୍ଟି ମୁଖ୍ୟ ଯନ୍ତ୍ରୀ ଲେଖିଥିବା ଚିଠି ଚିନ୍ତାର କାରଣ ସାଜିଛି । ତୁରନ୍ତ ଏକ ଏକ୍ସପର୍ଟ ପ୍ୟାନେଲ୍ ଦ୍ୱାରା ଫାଟର ସ୍ୱତନ୍ତ୍ର ନିରକ୍ଷଣ ପାଇଁ ଚିଠିରେ କୁହାଯାଇଛି ।

ହୀରାକୁଦ ଡ୍ୟାମକୁ ୬୨ ବର୍ଷ ପୂରିଥିବା ବେଳେ ଏହାର ସୁରକ୍ଷା ବଡ ଚ୍ୟାଲେଂଜ ଭାବେ ଉଭା ହୋଇଛି । ଗତ ୨୦୨୦ ଜାନୁୟାରୀ ରେ ଡ୍ୟାମ୍ ସେଫଟି ରିଭ୍ୟୁ ପ୍ୟାନଲ୍-DSRP ଟିମ୍ ହିରାକୁଦ ଜଳଭଣ୍ଡାର ପରିଦର୍ଶନ କରିଥିଲେ । ଅପରେସନ୍ ଗ୍ୟାଲେରୀ, ଫାଉଣ୍ଡଡେସନ୍ ଗ୍ୟାଲେରୀ , ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱ ସ୍ପିଲ, ସ୍ଲୁଇସ୍ ବ୍ୟାରେଲ୍ ଓ ଗେଟ୍ ସ୍ପାଫ୍ଟରେ ଥିବା ଫାଟ ସଂପର୍କରେ ପୁନଃ ଅଏନୁଧ୍ୟାନ ଲାଗି ପ୍ୟାନେଲ ସୁପାରିଶ କରିଥିଲା । ସ୍ପିଲ ୱେ ର ତଳମୁଣ୍ଡରେ ଫାଟ ଅଛି ନା ନାହିଁ ଡ୍ରୋନ୍ ସାହାଯ୍ୟରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ସେହିପରି ସ୍ପିଲ- ୱେ ଉପରଭାଗ ଅଂଶ ଦେଖାଯାଉନଥିବାରୁ ଅଣ୍ଡରଓ୍ୱାଟର୍ ଭିଡିଓଗ୍ରାଫି ପାଇଁ କହିଥିଲା ପ୍ୟାନେଲ ॥ ଗେଟ୍ ଅପରେସନ୍ ଗ୍ୟାଲେରୀରେ ଥିବା ଫାଟ ଦେଇ ଝରିଥିବା ପାଣିର ପରିମାଣ, ଓ ଫାଟ ଚଉଡା ହେଉଛି ନା ନାହିଁ, ତାର ନିୟମିତ ଅନୁଧ୍ୟାନ କରିବା ସହ ରେକର୍ଡ ରଖିବାକୁ କୁହାଯାଇଥିଲା । ତେଣେ ଡ୍ୟାମ ସୁରକ୍ଷିତ ଅଛି ନା ନାହିଁ ପ୍ରତି ୫ ବର୍ଷରେ ସର୍ଭେ ହେବା କଥା ମାତ୍ର ୧୯୯୯ ମସିହା ପରଠୁ ସର୍ଭେ ହୋଇନି ।

ନୂଆ ଫାଟର ମ୍ୟାପିଂ ଓ ପୁରୁଣା ଫାଟର ସ୍ଥିତି କଣ ଅଛି ତାର ନିୟମିତ ଯାଞ୍ଚ ହେବା ମଧ୍ୟ ଦରକାର । ଯଦି କିଛି ବିପଦ ଥାଏ, ତାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା କଥା । ଫାଉଣ୍ଡେନ ଗ୍ୟାଲେରୀ ଓ ପାଓ୍ୱାର ଡ୍ୟାମ୍ ସେକ୍ସନ ପର୍ଯ୍ୟନ୍ତ କ୍ରାକ୍ ମ୍ୟାପିଂ ଓ ଭିଡିଓଗ୍ରାଫି ମଧ୍ୟ ଜୁରୁରୀ । ମାତ୍ର ଡ୍ୟାମ୍ ସୁରକ୍ଷା ପ୍ୟାନେଲର ସୁପାରିସ ଉପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି, ଯାହାକୁ ନେଇ ଡ୍ୟାମ୍ ସେଫଟିର ମୁଖ୍ୟଯନ୍ତ୍ରୀ ଉଦବେଗ୍ ପ୍ରକାଶ କରିଛନ୍ତି ।

ତେବେ ଜଳସଂପଦ ବିଭାଗର ପୂର୍ବଚନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି ଯେ, ଡ୍ୟାମରେ ସୃଷ୍ଟି ହୋଇଥିବା ଫାଟ ବହୁ ଆଗରୁ ନଜରକୁ ଆସିଛି, ଏହା ଦ୍ୱାରା ଡ୍ୟାମକୁ ସେଭଳି ବିପଦ ନାହିଁ । ଜଳସେଚନ, ପାନୀୟଜଳ, ବିଦ୍ୟୁତ ଉତ୍ପାଦନ, ଶିଳ୍ପକୁ ଜଳ ଯୋଗାଣ ଓ ସର୍ବୋପରି ବନ୍ୟା ନିୟନ୍ତ୍ରଣରେ ହୀରାକୁଦ୍ ଡ୍ୟାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ତେଣୁ ଡ୍ୟାମର ସୁରକ୍ଷା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଯଦି ଡ୍ୟାମରେ ଫାଟ ହୋଇଛି, ତେବେ ତାହା ଏକ ସାଂଘାତିକ ବିଷୟ । ସରକାର ଏନେଇ ଜବାବ ରଖିବା ସହ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ।

ଗୋଟିଏ ପଟେ ପଟୁମାଟି ଜମିବା ଦ୍ୱାରା ଜଳଭଣ୍ଡାରର ଜଳଧାରଣା କ୍ଷମତା କମିବାରେ ଲାଗିଛି । ସେପଟେ ବନ୍ୟା ନିୟନ୍ତ୍ରଣ ନେଇ ୧୯୮୮ପରଠୁ ରୁଲ୍ କର୍ଭରେ ସଂଶୋଧନ ହୋଇନି । ଏଭଳି ସ୍ଥିତିରେ ହୀରାକୁଦ୍ ଡ୍ୟାମ୍ ପରିଚାଳନାକୁ ଅଧିକ କ୍ରିୟାଶୀଳ କରାଯିବା ଜରୁରୀ ହୋଇପଡ଼ିଛି ।