Advertisment

ଆଧୁନିକ LHB କୋଚ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଏହି କୋଚ୍‌ରେ ଆରାମଦାୟକ ଯାତ୍ରା ସହ ପ୍ରଶସ୍ତ ଝରକା ଏବଂ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ରେଳମନ୍ତ୍ରାଳୟର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅଦ୍ୟତନ ହୋଇଛି
Indian Railway

Indian Railway

Advertisment

ଭୁବନେଶ୍ୱର: ଆଧୁନିକ LHB କୋଚ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ। ଦିଲ୍ଲୀ ରେଲ ଭବନରୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୀରାଖଣ୍ଡରେ ଆଧୁନିକ LHB କୋଚ୍ ଯୋଡି ହେବା ଫଳରେ ଯାତ୍ରୀ ମାନେ ଟ୍ରେନ୍ ଭିତରୁ ଯାତ୍ରା ମାର୍ଗରେ ଥିବା ଉପତ୍ୟକା, ଟନେଲ, ପ୍ରାଣୀ ଏବଂ ଉଦ୍ଭିଦର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

Advertisment

ଏହି କୋଚ୍‌ରେ ଆରାମଦାୟକ ଯାତ୍ରା ସହ ପ୍ରଶସ୍ତ ଝରକା ଏବଂ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ରେଳମନ୍ତ୍ରାଳୟର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଟ୍ରେନରେ ଆଧୁନିକ LHB କୋଚ୍‌ର ଶୁଭାରମ୍ଭ ଅବସରରେ ତାପଛର କାରଣ କହିିଛନ୍ତି ରେଳମନ୍ତ୍ରୀ।

Indian Railways Hirakhand Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ