Advertisment

ଏବେ କଞ୍ଚା ପରିବା ରେଟ୍ ଅମୂଲମୂଲ ! ଯାହାକୁ ଧରିବ କିଲୋ ୫୦ ନହେଲେ ୮୦

ଏବେ ଅପେକ୍ଷା କେବେ କମୁଛି ପନିପରିବା ଦର, କେବେ ଖାଉଟିଙ୍କୁ ମିଳୁଛି ଆଶ୍ୱସ୍ତି?

undefined

vegetable Price

Advertisment

ଭୁବନେଶ୍ୱର: କିଣି ହେଉନି କଞ୍ଚା ପରିବା। ଯାହାକୁ ଧରିବ କିଲୋ ୫୦ ନହେଲେ ୮୦ ଟଙ୍କା। ଯଦି ଭୁବନେଶ୍ୱର ୧ନମ୍ବର ହାଟରେ ରେଟ୍ ଅମୂଲମୂଲ। ଯେଉଁ ନଭେମ୍ବର-ଡିସେମ୍ବର ଶୀତ ମାସରେ କଞ୍ଚା ପରିବା ମାର୍କେଟରେ ହାଉଯାଉ ହେବା କଥା, ସେଠି ସବୁ ଏବେ ଅମୂଲ ମୂଲ। ରାଜଧାନୀର ସବୁଠୁ ବଡ଼ ପରିବା ବଜାର ୧ ନମ୍ବର ହାଟରେ କଞ୍ଚା ପରିବାର ରେଟ୍ ଶୁଣି ଗ୍ରାହକଙ୍କ କାନମୁଣ୍ଡା ଝାଇଁ ମାରି ଯାଉଛି।

Advertisment

ଆଜିର ଦର ଅନୁସାରେ ପୋଟଳ-୧୦୦ ଟଙ୍କା, ବାଇଗଣ-୬୦ ମଟର ଛୁଇଁ-୬୦, ସିମଲା ଲଙ୍କା- ୮୦, ଫୁଲକୋବି ଗୋଟା ୪୦ରୁ ୫୦ ଓ ଟମାଟୋ ୫୦ ଟଙ୍କା ଦରରେ ବିକ୍ରି ହେଉଛି। କଲରା, ବନ୍ଧାକୋବି ଓ କାକୁଡ଼ି ଯାହାକୁ ଛୁଇଁଲେ କିଲୋ ୪୦ରୁ ୫୦ଟଙ୍କା। ଭୁବନେଶ୍ୱରରୁ ବ୍ରହ୍ମପୁର, କଟକରୁ କେନ୍ଦୁଝର ସବୁଠି ସମାନ ସ୍ଥିତି। ଗ୍ରାହକ କହିଲେଣି ମଧ୍ୟବିତ୍ତ ଲୋକ ତାହାଲେ ଖାଇବେ କଣ? ଏଣେ ଖୁଚୁରା ବ୍ୟବସାୟୀଙ୍କ ମତ ଉଚ୍ଚା ଦରରେ କିଣୁଛୁ ଯେତେବେଳେ ଅଧିକ ରେଟ୍‌ ବିକିବୁ।

ଏଠି ପ୍ରଶ୍ନ ଶୀତ ଦିନେ ଯେଉଁ ସବୁ କଞ୍ଚା ପରିବା ବଜାରରେ ଅଭାବୀ ବିକ୍ରି ହୁଏ, ଏସନ ଏଭଳି ଆକାଶଛୁଆଁ ରେଟ୍ କାହିଁକି? ରାଜ୍ୟର ଅନ୍ୟତମ ବୃହତ୍ ପରିବା ମଣ୍ଡି ଭାବେ ପରିଚିତ କଟକ ଛତ୍ରବଜାର ବ୍ୟବସାୟୀ ସଂଘର କହିବା ଅନୁସାରେ ପ୍ରଡକ୍ସନ କମ୍ ଓ ଡିମାଣ୍ଡ ଅଧିକ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ପନିପରିବା ଚାଷ ଉପରେ ପ୍ରହାର କରିଛି ଲଗାଣ ବର୍ଷା। ଯାହା ନୂଆ ଫସଲ ଲାଗିଛି, ତାହା ଜାନୁଆରୀ ୧୫ବେଳକୁ ବାହାରିବ। ଏବେ ବିଲାତି, ବିନ୍, କ୍ୟାପସିକମ୍ ଓ ଗାଜର ଭଳି ପରିବା ବେଙ୍ଗଳୁରୁ, ବିହାର ଓ ବେଙ୍ଗଲରୁ ଆସୁଛି।

Advertisment

ତେଣୁ ସବୁ ରେଟ୍ ୫୦ଟଙ୍କା ଉପରେ ରହୁଛି। ଏମିତିକି ବାଇଗଣର ହୋଲସେଲିଂ ଦର ବି ୪୦ ଟଙ୍କା ପାଖାପାଖି ରହୁଛି। ତାସହ ଯେଉଁଠି ୫ ଗାଡ଼ି ପରିବା ଆସିବା କଥା ସେଠି ୨ରୁ ୩ଗାଡ଼ି ଆସୁଛି। ଲୋକାଲ୍ ପରିବା ଆସିଲେ ଦର କମିବ। ଏବେ ଅପେକ୍ଷା କେବେ କମୁଛି ପନିପରିବା ଦର, କେବେ ଖାଉଟିଙ୍କୁ ମିଳୁଛି ଆଶ୍ୱସ୍ତି?

ରିପୋର୍ଟ: ବିଶ୍ୱଜିତ ଆଚାର୍ଯ୍ୟ, ଅତୁଲ୍ୟ ବାଉତ

Bhubaneswar Cuttack Vegetable Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ