Heated exchange between Ola cab driver and customers
ଆଜି ରାଜଧାନୀରେ ଓଲା ଡ୍ରାଇଭର-ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରାମା ଚର୍ଚ୍ଚା ବିଷୟ ହୋଇଛି। ଦୁର୍ବ୍ୟବହାରକୁ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ତ ଦେଖି ଲୋକ ଘେରିଯାଇଥିଲେ। ଏନେଇ ସମ୍ପୃକ୍ତ ମହିଳା କୁହନ୍ତି- ମୁଁ ଗୋଟିଏ ଓଲା ଗାଡ଼ି ବୁକ୍ କରିଥିଲି। ଯେଉଁ ଓଲା ଗାଡି ମୋତେ ପିକ୍ ଅପ୍ କରିବା ପାଇଁ ଆସିଲା, ସେହି ଡ୍ରାଇଭରଙ୍କ ବ୍ୟବହାର ମୋତେ ଆରମ୍ଭରୁ ଅସଭ୍ୟଙ୍କ ପରି ବ୍ୟବହାର କଲା।ତଥାପି ଆମେ ଗାଡ଼ିରେ ବସିଲୁ। ଯେତେବେଳେ ବ୍ୟାଗ୍ ରଖିବା ପାଇଁ କହିଲି, ଡ୍ରାଇଭର ଜଣକ କହିଲେ ଡୋର ଖୋଲା ହୋଇଛି, ରଖି ଦିଅନ୍ତୁ।
ଅଭିଯୋଗ ଅନୁସାରେ ଓଲା ଡ୍ରାଇଭର ଜଣକ ମହିଳାଙ୍କୁ କହିଲେ- ଯଦି କାର୍ରେ ଆସିବା ପାଇଁ ସାମର୍ଥ୍ୟ ନାହିଁ ତାହାହେଲେ ଅଟୋରେ ଆସନ୍ତୁ, ନହେଲେ ଚାଲିକି ପଳାଅ। ପରେ ମହିଳାଙ୍କ କ୍ୟାନ୍ସଲ କରିବା ବେଳେ ଉତ୍କ୍ଷୀପ୍ତ ହୋଇ ଡ୍ରାଇଭର ଜଣକ କଣ ତୁମେ ଦେଖେଇବ ବୋଲି କହିଥିଲେ।
ଏନେଇ ଅଭିଯୋଗ କାରିଣୀ କହିଛନ୍ତି- ଯଦି ଏଭଳି ଡ୍ରାଇଭରଙ୍କୁ ଓଲା ରଖିବ, ତାହାହେଲେ ଓଲା ନିଜେ ହିଁ ବଦନାମ ହେବ। ଜଣେ ମହିଳା ପର୍ଯ୍ୟଟକଙ୍କୁ ତୁ.. ତା... ବେ.. ବା କରିବା କେତେ ଠିକ୍ ଓଲା ସେ ବିଷୟରେ ଜାଣିବା ଦରକାର।
ସେପଟେ ଓଲା ଡ୍ରାଇଭର ଅଭିଯୋଗକୁ ଖଣ୍ଡନ କରିଛନ୍ତି। କହିଛନ୍ତି -ମୋତେ ଲଗେଜ୍ ରଖିବା ପାଇଁ ମ୍ୟାଡାମ୍ ପ୍ରଥମେ କହିଲେ। ହାତଟା ଭାଙ୍ଗିଯାଇଥିବାରୁ ଲଗେଜ ରଖିବା ପାଇଁ ମନା କରିଦେଲି। ଏତିକି କହିବା ପରେ ସେ କାର୍ରେ ଯିବେନି ବୋଲି କହିଥିଲେ। ମୁଁ କ୍ୟାନ୍ସଲ୍ କରିବା ପାଇଁ କହିଥିଲି। ବିଳମ୍ବ କଲେ ମୋତେ ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲି। ଏତିକି କହିବା ପରେ ମୋତେ ସେ ଦୁର୍ବ୍ୟବହାର କରିଥିଲେ। ଗାଡ଼ି ଚଲାଉଛୁ ବୋଲି ଯାହା କହିଲେ, ଶୁଣିଲୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654098913.jpg)