• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନାହିଁ ନାହିଁରେ ଚାଲିଛି ୧୦୦ ବର୍ଷର ପୁରୁଣା ଚିକିତ୍ସାଳୟ । ଆଜି କି କାଲିର ନୁହେଁ ବରଂ ଇଂରେଜ ଅମଳର ମେଡିକାଲ । ହେଲେ ଏମିତି ଅବ୍ୟବସ୍ଥାରେ ରହିଛି ଯେ ଦେଖିବା ପରେ ହିଁ ବିଶ୍ୱାସ ହେବ । କର୍ମବୀର ଗୌରୀ ଶଙ୍କର ରାୟଙ୍କ ସ୍ମୃତିରେ ପ୍ରତିଷ୍ଠିତ ସ୍ୱାସ୍ଥ୍ୟକେନ୍ଦ୍ରର ଚାଲିଛି ମାତ୍ର ଗୋଟିଏ ବଖରା ଘରରେ । ସକାଳ ହେଲେ ହଜାର ହଜାର ଲୋକ ଚିକିତ୍ସା ପାଇଁ ଆସୁଛନ୍ତି ଆଉ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ।

ଦିନଥିଲା ରାଜ୍ୟର ଅନେକ ଖ୍ୟାତନାମା ଡାକ୍ତର ଏହି ଡାକ୍ତରଖାନାରେ ଚିକିତ୍ସା କରୁଥିଲେ । ହେଲେ ଏବେ ଅବସ୍ଥା ପୂରା ବେହାଲ । ଚାରିଆଡ଼ ଖାଁ ଖାଁ । ଛେଳି ମେଣ୍ଢାଙ୍କ ଅବାଧ ଯାତାୟାତ...ନା ପାଚେରୀ ଅଛି , ନା କେହି ଜଗୁଆଳ? ଗୋଟିଏ ଘରେ ହିଁ ଚାଲିଛି ମେଡିକାଲ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ ମେଡିକାଲ ଉପରେ ଶହଶହ ରୋଗୀ ନିର୍ଭରଶୀଳ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର କିନ୍ତୁ ନିଘା ନାହିଁ ।

ସମସ୍ୟା ଖାଲି ଏତିକିରେ ସୀମତ ନାହିଁ ବରଂ ଏଇଠି ନିୟମିତ ଡାକ୍ତର ନାହାନ୍ତି କି ଅଟେଣ୍ଡାଣ୍ଟ ବି ନାହାନ୍ତି ? ନିୟମ ଅନୁସାରେ ଯେତିକି ଷ୍ଟାଫ୍‌ ରହିବାର କଥା ସେତିକି ବି ନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଘରେ ରୋଗୀ ଦେଖା ହେବା ସହିତ ପରୀକ୍ଷା ନୀରିକ୍ଷା ବି ହେବା ସହିତ ଲୋକଙ୍କୁ ଔଷଧ ବି ବଣ୍ଟା ଯାଉଛି ।

ଏତେ ଅଭାବରେ ମେଡିକାଲ ଚାଲୁଥିବାରୁ ପୂରାତନ ଡାକ୍ତରଖାନାଟି ତାର ପୂର୍ବ ଗୌରବ ଏବେ ହରେଇ ବସିଛି । ସ୍ଥିତି ଏବେ ଏମିତି ହେଲାଣି ଯେ ମେଡିକାଲରୁ ଆସିବାକୁ ମଙ୍ଗୁନାହାନ୍ତି ରୋଗୀ । ତେବେ ସ୍ଥାନୀୟ ଲୋକଙ୍କ ଦାବି ହେଉଛି ୧୦୦ ବର୍ଷର ଏଇ ପୁରୁଣା ଡାକ୍ତରଖାନାର ଯଦି ପୁନରୁଦ୍ଧାର ହୋଇପାରନ୍ତି ତାହାଲେ ପୂରାତନ କୀର୍ତ୍ତିରାଜି ରହିବା ସହିତ ରୋଗୀମାନେ ବି ଲାଭ ପାଆନ୍ତେ...ସେପଟେ ପୂରା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମେଡିକାଲ ଦାୟିତ୍ୱରେ ଥିବା ଅଫିସର ।