Advertisment

AHPGIC ନିର୍ଦ୍ଦେଶକ ପଦବୀ ପୂରଣ ମାମଲା; ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ସଚିବ

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଏବଂ କର୍କଟ କେନ୍ଦ୍ରକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ।

ଅଦ୍ୟତନ ହୋଇଛି
Orissa High Court

Odisha High Court

Advertisment

ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ ମିଶ୍ର । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ପଦବୀ ପୂରଣ ସମ୍ପର୍କିତ ଅଦାଲତ ଅବମାନନା ମାମଲାରେ ସରୋଜ ମିଶ୍ର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଏବଂ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ।

Advertisment

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଏବଂ କର୍କଟ କେନ୍ଦ୍ରକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ସମସ୍ତ ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ଶେଷ କରିବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ସ୍ପେଶାଲ ଲିଭ ପିଟିସନ ଜରିଆରେ କର୍କଟ କେନ୍ଦ୍ର କତୃପକ୍ଷ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଥିଲେ, ଯାହାକି ଅକ୍ଟୋବର ୬ ତାରିଖରେ ଖାରଜ ହୋଇଥିଲା ।

ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ସତ୍ୱେ କେନ୍ଦ୍ରର ନିର୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ସେପ୍ଟେମ୍ବର ୨୦ତାରିଖରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସଚିବଙ୍କ ଏହି ବିଜ୍ଞପ୍ତି ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶର ଅବମାନନା କରୁଥିବା ଅଭିଯୋଗ କରିଥିଲେ ଆବେଦନକାରୀ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତି ।

Advertisment

ଚିତ୍ତଙ୍କ ଅଭିଯୋଗ ଆଧାରରେ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନା ମାମଲାରେ ପକ୍ଷ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ସଚିବଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ପରେ ଅଦାଲତ ଅବମାନନା ମାମଲାକୁ ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି ।

Health Department Odisha High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ