Advertisment

ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

ବର୍ଷା ଜାଲ୍ କାଗଜପତ୍ର ତିଆରି କରିଥିବା ନେଇ ସାଂସଦ ଅନୁଭବ ସଂସଦକୁ ଜଣାଇଥିଲେ।

Anubhav Barsha Martial Discord

Anubhav Barsha Martial Discord

Advertisment

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା। ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ ସହ ୩ ଜଣଙ୍କୁ ଜବାବ ରଖିବାକୁ କୋର୍ଟ ନୋଟିସ କରିଛନ୍ତି। ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବଙ୍କୁ ନୋଟିସ ହୋଇଛି। ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। 

Advertisment

ବର୍ଷାଙ୍କଠାରୁ ସ୍ପାଉସ୍ କାର୍ଡ ଫେରାଇ ନେବାକୁ ସଂସଦକୁ ଜଣାଇଥିଲେ ଅନୁଭବ। ଏନେଇ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍ ପକ୍ଷରୁ ବର୍ଷାଙ୍କୁ ନୋଟିସ ହୋଇଥିଲା।  ଏହାକୁ ଚାଲେଂଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା।

ସାଂସଦ ଅନୁଭବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ ଯେ, ବର୍ଷା ଜାଲ୍ କାଗଜପତ୍ର ତିଆରି କରିଛନ୍ତି। ଏ ସଂପର୍କରେ ଅନୁଭବ ଲୋକସଭା ସେକ୍ରେଟାରିଏଟକୁ ଜଣାଇଥିଲେ। 

Advertisment
Varsha Priyadarshini Marital Discord Anubhab Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ