କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଏୟାରଷ୍ଟ୍ରିପ୍ କାନ୍ଥ, ୨ ଗୁରୁତର

ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।

ଭାଙ୍ଗିଲା ଏୟାରଷ୍ଟ୍ରିପ୍ କାନ୍ଥ, ୨ ଗୁରୁତର

ମାଲକାନଗିରିରେ କାଳ ବୈଶାଖୀ ତାଣ୍ଡବ ରଚିଛି । ଫଳରେ ବିଭନ୍ନ ସ୍ଥାନରେ ବର୍ଷା ହେବା ସହ ପ୍ରବଳ ପବନ ହୋଇଛି । ଅନେକ ସ୍ଥାନରେ ଗଛ ଗୁଡ଼ିକ ଭାଙ୍ଗିପଡ଼ିଥିବାବେଳେ ଛାତ ଉଡ଼ିଯାଇଛି । ସୂଚନା ମୁତାବକ ଜିଲ୍ଲା ସଦର ମହକୁମାରେ ଆଜି ଅପରାହ୍ନରେ ଭୀଷଣ ପବନ ହୋଇଛି ।

ବିଭିନ୍ନ ସ୍ଥାନରେ ବିଶାଳକାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି ।

ସେପଟେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ କାନ୍ଥ ଭାଙ୍ଗିପଡ଼ିବା ଫଳରେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।