Advertisment

ବୟସ୍କ ଗଛ ପାଇଁ ପେନ୍‌ସନ ଦେବେ ହରିଆଣା ସରକାର

ଛକୁ ମିଳିବ ପେନ୍‌ସନ।  ଆଶ୍ଚଯ୍ୟ ଲାଗୁଥିଲେ ବି ସତ । ହରିଆଣାରେ ଗଛ ପାଇଁ ହୋଇଛି ପେନସନ୍ ଯୋଜନା।  ଏଥିପାଇଁ ଗଛର ସର୍ବନିମ୍ନ ବୟସ ଅତିକମରେ ୭୫ ବର୍ଷ ହୋଇଥିବ ।

pension for trees

pension for trees

Advertisment

ଚଣ୍ଡିଗଡ: ଗଛକୁ ମିଳିବ ପେନ୍‌ସନ।  ଆଶ୍ଚଯ୍ୟ ଲାଗୁଥିଲେ ବି ସତ । ହରିଆଣାରେ ଗଛ ପାଇଁ ହୋଇଛି ପେନସନ୍ ଯୋଜନା।  ଏଥିପାଇଁ ଗଛର ସର୍ବନିମ୍ନ ବୟସ ଅତିକମରେ ୭୫ ବର୍ଷ ହୋଇଥିବ । ଏଭଳି ଗଛଗୁଡିକର ଯିଏ ଯତ୍ନ ନେବ ସେମାନଙ୍କୁ ହରିଆଣା ସରକାରଙ୍କ ପକ୍ଷରୁ ପ୍ରାଣବାୟୁ ଦେବତା ସ୍କିମ୍ ନାଁରେ ବାର୍ଷିକ ୨୫ଶହ ଟଙ୍କା ପ୍ରୋତ୍ସାହନ ଦେବାକୁ ଘୋଷଣା କରାଯାଇଛି । ଏଥିସହ ୫ଏକରରୁ ୧୦୦ଏକର ପରିମିତ ଜମିରେ ଅକ୍ସି ଫରେଷ୍ଟ ତିଆରି କରି ବନୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

Advertisment

 ବଡ ବଡ ଗଛ ଗୁଡିକର ଯତ୍ନ ପାଇଁ ହରିଆଣା ସରକାରଙ୍କ ନିଆରା ପଦକ୍ଷେପ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଅଧିକ ଦିନର ଗଛର ଯତ୍ନ ନେବା ପାଇଁ  ସରକାରଙ୍କ ପକ୍ଷରୁ ଏପରି ଅଭିନବ ପଦକ୍ଷେପ ନିଆଯାଇଛି।  ।  ଯେଉଁ ଗଛଗୁଡିକର ବୟସ ୭୫ବର୍ଷରୁ ଅଧିକ ହୋଇଗଲାଣି ସେଗୁଡିକର ଦେଖାଶୁଣା କରାଗଲେ ତାହା ଅଧିକ ଦିନ ବଞ୍ଚି ରହିପାରିବ।  ହରିଆଣା ସରକାରଙ୍କ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମର ନାଁ   ପ୍ରାଣବାୟୁ ଦେବତା ପେନସନ ଯୋଜନା  ରଖାଯାଇଛି ।  ବର୍ତ୍ତମାନ ସୁଦ୍ଧା ଅମ୍ବାଲା ଜିଲ୍ଲାରେ ଏଭଳି ୫୫ଟି ପୁରୁଣା ଗଛ ଚିହ୍ନଟ ହୋଇଛି।  ଲୋକମାନେ ମଧ୍ୟ ଏଭଳି ଯୋଜନାରେ ସାମିଲ ହୋଇ ଗଛର ଯତ୍ନ ନେବାକୁ ଆଗ୍ରହ ପ୍ରକାଶ କରାଯାଇଛି।  

Advertisment

କୋଭିଡର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବରୁ ଦେଶରେ ଅନେକ ଲୋକଙ୍କ ଜୀବନ ଯାଇଥିଲା  ।  କୋଭିଡ ସମୟରେ ଗଛର ଆବଶ୍ୟକତାକୁ ସମସ୍ତେ ଅନୁଭବ କରିଥିଲେ। ତେଣୁ  ଆଗାମୀ ଦିନରେ ଏଭଳି ପରିସ୍ଥିତି ଏଡାଇବା ପାଇଁ  ହରିଆଣା ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ନିଆଯାଇଛି । ଏଥିସହ ୫ଏକରରୁ ୧୦୦ଏକର ପରିମିତ ଜମିରେ ଅକ୍ସି ଫରେଷ୍ଟ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି  । ଏହି ଅଂଚଳଗୁଡିକରେ ବନୀକରଣ ପାଇଁ ପଦକ୍ଷେପ ନିଆଯିବ।

Pension Scheme Pension For Trees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ