Advertisment

ପୋଲିସ୍‌ ଛାଉଣିରେ ସମ୍ବଲପୁର, ହନୁମାନ ଜୟନ୍ତୀରେ ସନ୍ଧ୍ୟାରେ ବାହାରିବ ଶୋଭାଯାତ୍ରା

ଆଜି ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ବାହାରିବ ଶୋଭାଯାତ୍ରା। ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନକ ପୂର୍ବରୁ ସହରରେ ଅଶାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଅଦ୍ୟତନ ହୋଇଛି
Hanuman Jayanti Rally In Sambalpur

Hanuman Jayanti Sambalpur town under tight police cover

Advertisment

ଆଜି ହନୁମାନ ଜୟନ୍ତୀରେ ସମ୍ବଲପୁର ସହର ରେ ବାହାରିବ ଶୋଭାଯାତ୍ରା। ବୃକ୍ସପାଲ ସ୍ଥିତ ହନୁମାନ ମନ୍ଦିରରୁ ସନ୍ଧ୍ୟାରେ ଏହି ଭବ୍ୟ ଶୋଭାଯାତ୍ରା ବାହାରିବା କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସ୍କୁଲ ଛକରେ ମହା ଆଳତି ପରେ ବାଜା, ରୋଷଣୀ ସହ ସହରର ଲକ୍ଷ୍ମୀଟକିଜ୍ ଛକ, ବେଲ ବଜାର ଛକ ଅତିକ୍ରମ କରି ଶକ୍ତି ଛକରେ ପହଞ୍ଚିବ ଶୋଭାଯାତ୍ରା।

Advertisment

ସେପଟେ ଅନ୍ୟ ପଡ଼ା ଗୁଡ଼ିକରୁ ବି ଶୋଭାଯାତ୍ରା ବାହାରି ଏହି ଶକ୍ତି ଛକରେ ପହଞ୍ଚିବ। ଏହି ସମୟରେ ପାରମ୍ପରିକ ଲୋକ ନୃତ୍ୟ, ଲୋକ ବାଦ୍ୟ ଆଖଡ଼ା ଖେଳ ପ୍ରଦର୍ଶନ କରାଯିବ। ଯେଉଁ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନକ ପୂର୍ବରୁ ସହରରେ ଅଶାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଅଧିକ ପଢ଼ନ୍ତୁ: ହନୁମାନ କିପରି ହେଲେ ଏତେ ଶକ୍ତିଶାଳୀ; କେଉଁ ଦେବତା କେଉଁ ବର ଦେଇଥିଲେ...

Advertisment

ଗତକାଲି ମୋତିଝରଣ ରାସ୍ତା ଦେଇ ଗେଙ୍ଗୁଟିପାଲି ଯାଏ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଶୋଭାଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଆଜି ବିଭିନ୍ନ ହନୁମାନ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଜାରି ରହିବ। ଏପରିକି କେତେକ ମନ୍ଦିରରୁ ସନ୍ଧ୍ୟାରେ ଏବଂ ଅନ୍ୟ କେତେକ ମନ୍ଦିରରୁ ଅପରାହ୍ଣରେ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହଛି। 

Advertisment

ଅନ୍ୟପକ୍ଷେ, ସମ୍ବଲପୁର ସହର ମଧ୍ୟରେ ଗତ ବିଳମ୍ବିତ ରାତିରେ ଭିନ୍ନ ଭିନ୍ନ ସ୍ଥାନରେ କେତେକ ଦୋକାନରେ ନିଆଁ ଲାଗି ଦୋକାନ ପୋଡ଼ି ଯାଇଛି। ରାତି ପ୍ରାୟ ୧୦ଟା ବେଳେ ଭିଏସଏସ୍ ମାର୍ଗରେ ରାସ୍ତାକଡ଼ରେ ଥିବା ଏକ ମୋବାଇଲ ଦୋକାନରେ କୌଣସି  କାରଣରୁ ନିଆଁ ଲାଗିଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲା। ବିଳମ୍ବିତ ରାତିରେ ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ରାସ୍ତାକଡ଼ରେ ଥିବା ୪-୫ ଟି କ୍ୟାବିନ ଦୋକାନରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଡ଼ି ଯାଇଥିବା ଦୋକାନ ମଧ୍ୟରେ ମୋବାଇଲ ମରାମତି ଦୋକାନ, ଗଦି ଦୋକାନ ରହିଛି।

Violene At Hanuman Jayanti Rally
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ