• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜିଆରଏସ୍‌ଙ୍କ ପତ୍ତା ମିଳୁନି । ଗଞ୍ଜାମ ପୁରୁଷୋତ୍ତମପୁର ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ୱାଗତ ପଣ୍ଡା ସୋମବାର ରାତିରୁ ନିଖୋଜ ଅଛନ୍ତି । ଏ ନେଇ ତାଙ୍କ ପତ୍ନୀ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି । ବିଡିଓଙ୍କୁ ଭେଟିବାକୁ ଯାଇ ଆଉ ସେ ଫେରି ନାହାନ୍ତି । ତାଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଲୁହ ଗଡ଼ାଉଛନ୍ତି ପତ୍ନୀ । 

ସୋମବାର ରାତି ପ୍ରାୟ ୯ଟା ୨୫ରେ ବିଡିଓଙ୍କୁ ଭେଟିବା ପାଇଁ କହି ଘରୁ ବାହାରିଯାଇଥିଲେ । ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କୁ ତାଙ୍କ ପତ୍ନୀ ଖୋଜାଖୋଜି କରିଥିଲେ । ବିଡିଓଙ୍କ ସହ ଯୋଗାଯୋଗ ବି କରିଥିଲେ । ମାତ୍ର ସ୍ୱାମୀଙ୍କର କୌଣସି ଖୋଜ୍ ଖବର ମିଳିନଥିଲା । ପରେ ପୁରୁଷୋତ୍ତମପୁର ଗଡସାହି ନିକଟରୁ ତାଙ୍କ ବାଇକଟି ମିଳିଥିଲା । ସକାଳୁ ଜଣେ ବ୍ୟକ୍ତି ସ୍ଥାନୀୟ ହରିଜନ ସାହି ଛକ ଠାରେ ତାଙ୍କର ମୋବାଇଲଟି ପଡିଥିବା ପାଇଥିଲେ ନିଖୋଜ ।

ସେପଟେ ଜିଆରଏସ୍‌ଙ୍କ ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ୍‌ ଏକ ମିସିଂ ମାମଲା ରୁଜୁ କରି ଖୋଜାଖୋଜି କରିଛି  । ହେଲେ ଏଯାଏଁ  ସ୍ୱାମୀଙ୍କର କୌଣସି ଖୋଜ୍ ଖବର ମିଳିନଥିବା କୋହଭରା କଣ୍ଠରେ କହିଛନ୍ତି ତାଙ୍କ ପତ୍ନୀ ।

ଜିଆରଏସ୍‌ଙ୍କ ନିଜ ଘର ଛତ୍ରପୁର ଜେନାପଲ୍ଲୀରେ ହୋଇଥିବା ବେଳେ ଚାକିରି କରୁଥିବା ହେତୁ ବର୍ଷେ ହେଲା । ସେ ପୁରୁଷୋତ୍ତମପୁର କଂସାରୀ ସାହିରେ ଭଡାରେ ରହୁଥିଲେ । ତେବେ ସେ କୁଆଡ଼େ ଚାଲିଯାଇଛନ୍ତି ନା ତାଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।